ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

0

ମୁମ୍ବାଇ: ଭାରତୀୟ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ପ୍ରସିଦ୍ଧ ପ୍ଲେବ୍ୟାକ୍ ସିଙ୍ଗର ଆଶା ଭୋସଲେଙ୍କର ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଗତ କିଛି ଦିନ ଧରି ଅସୁସ୍ଥ ଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ମଲ୍ଟିପୁଲ ଅର୍ଗାନ ଫେଲିୟର୍‌ ଯୋଗୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଭାଜପା ନେତା ଆଶିଷ ଶେଲାର ଏହି ଖବରକୁ ସାର୍ବଜନୀନ କରିଥିଲେ। ଏହି ଖବର ପ୍ରସାର ପାଇବା ସହିତ ସାରା ଦେଶରେ ଶୋକର ଛାୟା ଛାଇଯାଇଛି। ସାଧାରଣ ଲୋକରୁ ଆରମ୍ଭ କରି ରାଜନେତା, ସିନେମା ତାରକା ଓ ସଙ୍ଗୀତ ଜଗତର ବିଭିନ୍ନ ବ୍ୟକ୍ତିତ୍ୱ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ପରଲୋକରେ ଶୋକ ପ୍ରକଟ କରି ଭାରତୀୟ ସଙ୍ଗୀତ ଜଗତ ପାଇଁ ଏହାକୁ ବଡ଼ କ୍ଷତି ବୋଲି କହିଛନ୍ତି।

ଆଶା ଭୋସଲେଙ୍କ ସଙ୍ଗୀତ ଯାତ୍ରା ଏକ ଦୃଷ୍ଟାନ୍ତ। ସେ ପ୍ରାୟ ୮ ଦଶକ ଧରି ଭାରତୀୟ ସିନେମା ଓ ସଙ୍ଗୀତ ଜଗତକୁ ନିଜର ସୁମଧୁର କଣ୍ଠରେ ମନୋମୁଗ୍ଧ କରିଥିଲେ। ହିନ୍ଦୀ ସହିତ ଓଡ଼ିଆ, ବଙ୍ଗଳା, ମରାଠୀ, ତାମିଳ, ତେଲୁଗୁ ଇତ୍ୟାଦି ଅନେକ ଭାଷାରେ ସେ ହଜାର ହଜାର ଗୀତ ଗାଇଥିଲେ। ସେ ବିଶ୍ୱର ସବୁଠାରୁ ଅଧିକ ଗୀତ ରେକର୍ଡ କରିଥିବା କଳାକାରମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସଫଳତା ପଛରେ ରହିଛି ଅନେକ ସଂଘର୍ଷର କାହାଣୀ। ମାତ୍ର ୧୦ ବର୍ଷ ବୟସରୁ ସେ ଗାୟନ ଜୀବନ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଗୀତ ଏକ ମରାଠୀ ଗୀତ ଥିଲା। ପରେ ସେ ହିନ୍ଦୀ ସିନେମାରେ ପ୍ରବେଶ କରି ଏକ ପରେ ଏକ ସୁପରହିଟ୍ ଗୀତ ଦେଇ ଦର୍ଶକମାନଙ୍କ ମନ ଜିତିଥିଲେ।

ସେ ଲତା ମଙ୍ଗେଶକରଙ୍କ ଭଉଣୀ ଥିଲେ ଏବଂ ତାଙ୍କ ପ୍ରଭାବରେ ସଙ୍ଗୀତ ଦୁନିଆକୁ ଆସିଥିଲେ। ତଥାପି ସେ ନିଜର ଅଲଗା ପରିଚୟ ଗଢ଼ିଥିଲେ ଓ ନିଜ ସ୍ୱରର ମାୟାରେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ନିଜ ଦୀର୍ଘ କ୍ୟାରିୟରରେ ସେ ପ୍ରାୟ ୧୨,୦୦୦ରୁ ଅଧିକ ଗୀତ ଗାଇଥିବା କୁହାଯାଏ। ତାଙ୍କ ଅବଦାନ ପାଇଁ ସେ ପଦ୍ମ ବିଭୂଷଣ ସହିତ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ।
ତାଙ୍କ ଦେହାନ୍ତ ସହିତ ଭାରତୀୟ ସଙ୍ଗୀତ ଜଗତର ଏକ ଅଧ୍ୟାୟର ଶେଷ ଘଟିଛି। ତାଙ୍କ ସୁରିଳା କଣ୍ଠ ସଦା ସର୍ବଦା ସଙ୍ଗୀତପ୍ରେମୀଙ୍କ ମନରେ ଜୀବନ୍ତ ରହିବ। ତାଙ୍କର ଶେଷକୃତ୍ୟ ଶିବାଜୀ ପାର୍କ ଶ୍ମଶାନରେ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ସାରା ଦେଶ ଏହି ମହାନ କଳାକାରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଉଛି।

Leave A Reply

Your email address will not be published.