ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା

0

ସରୁନି ଟଙ୍କା ଗଣା । ଯେତେ ଖୋଳିଲେ ସେତେ ବାହାରୁଛି । ଜଣେ ଯନ୍ତ୍ରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଛି ଯେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଟଙ୍କା ଗଣିବା ପାଇଁ ମେସିନ ବି ବ୍ୟବହାର କରାଯାଇଛି । ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ବି ଆଖି ଖୋସି ହୋଇଯାଇଛିା ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ -୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚତୃର୍ଥ ଦିନରେ ବି ଭିଜିଲାନ୍ସର ଖୋଳତାଡ଼ ସରୁନି ।

ଆଜିଯନ୍ତ୍ରୀଙ୍କ ଭୁବନେଶ୍ୱର ଫ୍ଲାଟରୁ କୋଟିଏ ୧୫ ଲକ୍ଷ ଠାବ କରାଯାଇଛି । ଏହା ସହ ୬୩୦ ଗ୍ରାମ ରେଡ ବେଳେ ମିଳିଛି । ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଟଙ୍କା ଓ ସୁନା ଜବତ ହୋଇଛି । ଗତକାଲି ମାଲକାନଗିରି ଆକ୍ସିସ ବ୍ୟାଙ୍କରୁ ୭୮ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ମିଳିଥିଲା । କେନ୍ଦୁଝର ଏସବିଆଇ ଲକରରୁ ମଧ୍ୟ ୧୬ ଲକ୍ଷ ଟଙ୍କା ମିଳିଥିଲାା ଏଯାଏଁ ଯନ୍ତ୍ରୀଙ୍କର ୮ କୋଟିରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି ଜବତ ହୋଇସାରିଲାଣି । ଆଜି ଚତୃର୍ଥ ଦିନରେ ବି ଏତେ ଟଙ୍କା ମିଳିଥିବା ବେଳେ ଆଶିଷ କୁମାର କେଉଁଠି ଏତେ ଟଙ୍କା ଆଣିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.