ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଯେତେ ଖୋଳିଲେ ସେତେ ବାହାରୁଛି ଟଙ୍କା

0

ସରୁନି ଟଙ୍କା ଗଣା । ଯେତେ ଖୋଳିଲେ ସେତେ ବାହାରୁଛି । ଜଣେ ଯନ୍ତ୍ରୀଙ୍କ ଘରୁ ଏତେ ଟଙ୍କା ଓ ସୁନା ଗହଣା ବାହାରିଛି ଯେ ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଛନ୍ତି । ଟଙ୍କା ଗଣିବା ପାଇଁ ମେସିନ ବି ବ୍ୟବହାର କରାଯାଇଛି । ପେଟି ପେଟି ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ବି ଆଖି ଖୋସି ହୋଇଯାଇଛିା ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ -୧ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଚତୃର୍ଥ ଦିନରେ ବି ଭିଜିଲାନ୍ସର ଖୋଳତାଡ଼ ସରୁନି ।

ଆଜିଯନ୍ତ୍ରୀଙ୍କ ଭୁବନେଶ୍ୱର ଫ୍ଲାଟରୁ କୋଟିଏ ୧୫ ଲକ୍ଷ ଠାବ କରାଯାଇଛି । ଏହା ସହ ୬୩୦ ଗ୍ରାମ ରେଡ ବେଳେ ମିଳିଛି । ଭିଜିଲାନ୍ସ ଇତିହାସରେ ପ୍ରଥମ ଥର ପାଇଁ ଏତେ ପରିମାଣର ଟଙ୍କା ଓ ସୁନା ଜବତ ହୋଇଛି । ଗତକାଲି ମାଲକାନଗିରି ଆକ୍ସିସ ବ୍ୟାଙ୍କରୁ ୭୮ ଲକ୍ଷ ଟଙ୍କାର ଫିକ୍ସ ଡିପୋଜିଟ ମିଳିଥିଲା । କେନ୍ଦୁଝର ଏସବିଆଇ ଲକରରୁ ମଧ୍ୟ ୧୬ ଲକ୍ଷ ଟଙ୍କା ମିଳିଥିଲାା ଏଯାଏଁ ଯନ୍ତ୍ରୀଙ୍କର ୮ କୋଟିରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତ୍ତି ଜବତ ହୋଇସାରିଲାଣି । ଆଜି ଚତୃର୍ଥ ଦିନରେ ବି ଏତେ ଟଙ୍କା ମିଳିଥିବା ବେଳେ ଆଶିଷ କୁମାର କେଉଁଠି ଏତେ ଟଙ୍କା ଆଣିଲେ ତାକୁ ନେଇ ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.