ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ବିଜେଡି ଦଖଲରେ ଧାମନଗର

0

ବିଜେଡି ଦଖଲକୁ ଗଲା ଧାମନଗର ଏନଏସି । ବିଜେଡିର ବିଜୟ ବାନା ଉଡିଛି । ୧୧ଟି ୱାର୍ଡରୁ ବିଜେଡି ୯ଟିରେ ବିଜୟ ହୋଇଥିବା ବେଳେ ୨ଟି ବିଜେପି ଖାତାକୁ ଯାଇଛି । ବିଜେଡି ପ୍ରାର୍ଥିନୀ ନିବେଦିତା ଜେନା ସେଠାରେ ବାଜିମାତ କରିଛନ୍ତି । ବିଜେପି ପ୍ରାର୍ଥିନୀ ପୁଷ୍ପଶ୍ରୀ ମହାନ୍ତିଙ୍କ ଠାରୁ ହଜାରେରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ନିବେଦିତା ।

୧ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ଉତ୍ତମ ମହାନ୍ତି ବିଜୟୀ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଜାନକୀ ଲତା ସେଠୀ ବିଜୟୀ ହୋଇଛନ୍ତି । ୩ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଉମେତୁଲା ଆମିନ ବିଜୟୀ ହୋଇଥିବା ବେଳେ ୪ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସେକ ଜଇନୁଲ ହକ ବିଜୟୀ ହୋଇଛନ୍ତି ।

ସେହିପରି ୫ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁ ମୁଣ୍ଡା, ୬ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଓସିମ୍‌ ଏଜଦ୍ଦାନୀ କାଦ୍ରୀ, ୭ ନମ୍ବର ୱାର୍ଡରୁ ବିଜେପି ପ୍ରାର୍ଥୀ ସ୍ୱାଧୀନ ସମ୍ବିତ ଦାସ, ୮ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ରହିମା ଖାତୁନ, ୯ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ନଜମା ଖାତୁନ, ୧୦ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ଅନୁସୟା ମଲ୍ଲିକ,୧୧ ନମ୍ବର ୱାର୍ଡରୁ ବିଜେଡି ପ୍ରାର୍ଥୀ ସୁବାସିନୀ କର ବିଜୟୀ ହୋଇଛନ୍ତି ।

ମାର୍ଚ୍ଚ ୨୪ ତାରିଖରେ ଧାମନଗର ଏନଏସିର ଏହି ୬ଟି ବୁଥରେ ହିଂସାକାଣ୍ଡ ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ଏହା ପରେ ଗତକାଲି ଏଠାରେ ସାନି ମତଦାନ ପରେ ଆଜି ଭୋଟ ଗଣତି କରାଯାଇ ଫଳାଫଳ ଆସିଛି ।

Leave A Reply

Your email address will not be published.