ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଗୁଜୁରାଟରେ କରୋନାର ଏକ୍ସଇ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

0

କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମିଥିବା ବେଳେ ଲୋକଙ୍କୁ ଟିକେ ଆଶ୍ବସ୍ତି ମିଳିଥିଲା । ହେଲେ ଏବେ ପୁଣି ଭୟ ବଢାଇଛି କରୋନାର ନୂଆ ଏକ୍ସଇ ଭାରିଆଣ୍ଟ। ଏବେ ଗୁଜୁରାଟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଗୁଜୁରାଟର ଜଣେ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ର ଏକ୍ସଇ ସବ-ଭାରିଆଣ୍ଟ ରେ ସଂକ୍ରମିତ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଗୋଟିଏ ସପ୍ତାହ ଯାଏଁ ତାଙ୍କ ଅବସ୍ଥା ଭଲ ଥିଲା । କିନ୍ତୁ ନୂମନା ପରୀକ୍ଷା ପରେ ସେ ଏକ୍ସଇ ଭାରିଆ ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ତେବେ ବ୍ୟକ୍ତି ଜଣଙ୍କ ପାଖରେ କୌଣସି ଗୁରୁତର ଲକ୍ଷଣ ନାହିଁ । ଏହା ଓମିକ୍ରନର ଏକ ସବ ଭାରିଆଣ୍ଟ। ଏହା ଅନ୍ୟ ଭାରିଆଣ୍ଟ ଠାରୁ ଦ୍ରୁତ ଗତିରେ ବ୍ୟାପିପାରେ । ଏବେ ଦେଶରେ ମୋଟ ୨ ଜଣ ଏହି ଭାରିଆଣ୍ଟ ରେ ସଂକ୍ରମିତ ହୋଇଛନ୍ତି । ଗୁରୁବାର ଦିନ ମୁମ୍ବାଇର ଜଣେ ବ୍ୟକ୍ତି ଏହି ଭାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ବିଶେଷଜ୍ଞଙ୍କ ମତରେ ଏହିଭାରିଆଣ୍ଟ ଦେଶରେ କରୋନାର ପୁଣି ଏକ ଲହର ଆଣିପାରେ । କିନ୍ତୁ ପୂର୍ବଭଳି ବିପଦଜନକ ହୋଇନପାରେ ।

Leave A Reply

Your email address will not be published.