ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଗୁଜୁରାଟରେ କରୋନାର ଏକ୍ସଇ ଭାରିଆଣ୍ଟ ସଂକ୍ରମିତ ଚିହ୍ନଟ

0

କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ କମିଥିବା ବେଳେ ଲୋକଙ୍କୁ ଟିକେ ଆଶ୍ବସ୍ତି ମିଳିଥିଲା । ହେଲେ ଏବେ ପୁଣି ଭୟ ବଢାଇଛି କରୋନାର ନୂଆ ଏକ୍ସଇ ଭାରିଆଣ୍ଟ। ଏବେ ଗୁଜୁରାଟରେ ଏହି ଭାରିଆଣ୍ଟ ଚିହ୍ନଟ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଗୁଜୁରାଟର ଜଣେ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ର ଏକ୍ସଇ ସବ-ଭାରିଆଣ୍ଟ ରେ ସଂକ୍ରମିତ ହୋଇଛନ୍ତି । ଏହି ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ । ମାତ୍ର ଗୋଟିଏ ସପ୍ତାହ ଯାଏଁ ତାଙ୍କ ଅବସ୍ଥା ଭଲ ଥିଲା । କିନ୍ତୁ ନୂମନା ପରୀକ୍ଷା ପରେ ସେ ଏକ୍ସଇ ଭାରିଆ ରେ ସଂକ୍ରମିତ ହୋଇଥିବା ଜଣାପଡିଛି ।

ତେବେ ବ୍ୟକ୍ତି ଜଣଙ୍କ ପାଖରେ କୌଣସି ଗୁରୁତର ଲକ୍ଷଣ ନାହିଁ । ଏହା ଓମିକ୍ରନର ଏକ ସବ ଭାରିଆଣ୍ଟ। ଏହା ଅନ୍ୟ ଭାରିଆଣ୍ଟ ଠାରୁ ଦ୍ରୁତ ଗତିରେ ବ୍ୟାପିପାରେ । ଏବେ ଦେଶରେ ମୋଟ ୨ ଜଣ ଏହି ଭାରିଆଣ୍ଟ ରେ ସଂକ୍ରମିତ ହୋଇଛନ୍ତି । ଗୁରୁବାର ଦିନ ମୁମ୍ବାଇର ଜଣେ ବ୍ୟକ୍ତି ଏହି ଭାରିଆଣ୍ଟ ରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା । ତେବେ ବିଶେଷଜ୍ଞଙ୍କ ମତରେ ଏହିଭାରିଆଣ୍ଟ ଦେଶରେ କରୋନାର ପୁଣି ଏକ ଲହର ଆଣିପାରେ । କିନ୍ତୁ ପୂର୍ବଭଳି ବିପଦଜନକ ହୋଇନପାରେ ।

Leave A Reply

Your email address will not be published.