ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ମଞ୍ଜୁଲତା କହଁର

0

ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ହେଲେ ମଞ୍ଜୁଲତା କହଁର । ବିଜେଡି ପକ୍ଷରୁ ସେ ପ୍ରାର୍ଥୀ ହୋଇଥିଲେ । ଆଉ କେହି ନାମାଙ୍କନ ଦାଖଲ କରିନଥିବାରୁ ସେ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଡେପୁଟି ମେୟର ଭାବେ ନିର୍ବାଚିତ ହେବା ପରେ ସେ କହିଛନ୍ତି, ଯେଉଁ ଦାୟିତ୍ୱ ତାଙ୍କୁ ଦିଆଯାଇଛି ତାକୁ ସେ ସୂଚାରୁ ରୂପେ ତୁଲାଇବେ । ସମସ୍ତଙ୍କୁ ନେଇ କାମ କରିବେ ।

ଏହା ସହ ଏତେ ବଡ଼ ଦାୟିତ୍ୱ ତାଙ୍କୁ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଭୁବନେଶ୍ୱରର ଡ୍ରେନେଜ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ପିଜି କରିଛନ୍ତି ମଞ୍ଜୁଲତା । ତେବେ ୬୭ କର୍ପୋରେଟରଙ୍କ ମଧ୍ୟରୁ ୫୧ ଜଣ ବିଜେଡିର ହୋଇଥିବାରୁ ସେ ଡେପୁଟି ମେୟର ହେବା ସୁନିଶ୍ଚିତ ଥିଲା । ସେପଟେ ସୁଲୋଚନା ଦାସ ଆଜି ମେୟର ଭାବେ ଶପଥ ନେଇଛନ୍ତି ।

Leave A Reply

Your email address will not be published.