ଡାକ୍ତର ସୁମିତ-ତପସ୍ୱିନୀ ପାରିବାରିକ ବିବାଦ ମାମଲା । ହାଇକୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଆଜି ଉଭୟ ହାଜର ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି । ଏପ୍ରିଲ ୧୧ରେ ପୁଣି ଥରେ ଉଭୟଙ୍କୁ ହାଜର ପାଇଁ ନିର୍ଦ୍ଦେଶ ରହିଛି । ମଧ୍ୟସ୍ଥତା କେନ୍ଦ୍ରରେ ପୁଣି ୧୧ ଥରେ ହାଜର ହେବେ । ତେବେ ଉଭୟଙ୍କ ମଧ୍ୟରେ ସକରାତ୍ମକ ଆଲୋଚନା ହୋଇଥିବା ସୂଚନା ରହିଛି । ପ୍ରତ୍ୟେକ ମାସରେ ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଲେଖାଁଏ ଦେବାକୁ ସୁମିତଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତଳ କୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟ ଯାଇଥିଲେ । କିନ୍ତୁ ହାଇକୋର୍ଟ ତଳ କୋର୍ଟଙ୍କ ରାୟକୁ କାଏମ ରଖିଥିଲେ । ଏହାକୁ ନେଇ ପୁଣି ସୁମିତ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ସୁମିତ ୧୭ ହଜାର ନୁହେଁ ୧୦ ହଜାର ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବେ ବୋଲି ନିର୍ଦ୍ଦେଶ ଦେଇଥିଲେ ।
ପ୍ରମୁଖ ଖବର
ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ