ପ୍ରମୁଖ ଖବର

ଆଇଏଏସ ସ୍ତରରେ ଅଦଳବଦଳ: ୧୩ ଜଣ ଆଇଏଏସଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ସରକାର
ସି-ସୋର ଚିଟଫଣ୍ଡ ମାମଲାରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି
ଦେଶରେ ଇନ୍ଧନ ଅଭାବ ନାହିଁ, ଆଶ୍ୱାସନା ଦେଲେ ପେଟ୍ରୋଲିୟମ ମନ୍ତ୍ରୀ
ଭୁବନେଶ୍ବର କୋର୍ଟକୁ ପୁଣି ବୋମା ଧମକ
ଖରାଦିନେ ହେବନି ବିଦ୍ୟୁତ୍ କାଟ୍: ସୁରେଶ ପୂଜାରୀ
ହର୍ମୁଜ୍ ପ୍ରଣାଳୀ ପାର କରି ମୁମ୍ବାଇ ପହଞ୍ଚିଲା ଭାରତୀୟ ତୈଳ ଟ୍ୟାଙ୍କର

କରୋନାର ଚତୃର୍ଥ ଲହରକୁ ନେଇ କ’ଣ କହିଲେ ଆଇଆଇଟି ପ୍ରଫେସର

0

ଦେଶର ଅନେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ପୁଣି ଘାରିଛି କରୋନା ଭୟ । କରୋନାର ଚତୃର୍ଥ ଲହରକୁ
ନେଇ ପୁଣି ପଶିଛି ଚିନ୍ତା ।ତେବେ ପୂର୍ବରୁ ଦୁଇ ଦୁଇ ଥର କରୋନାକୁ ନେଇ ସଠିକ ଭବିଷ୍ୟବାଣୀ କରିସାରିଥିବା କାନପୁରର ଆଇଆଇଟି ପ୍ରଫେସର ଚତୃର୍ଥ ଲହରକୁ ନେଇ ମନ୍ତବ୍ୟ ଦେଇଛନ୍ତି ।

ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଗଣିତୀୟ ସୂତ୍ର ମଡେଲକୁ ଆଧାର କରି ଏହି ମନ୍ତବ୍ୟ ଦେଇଛନ୍ତି ।ଦିଲ୍ଲୀ ଏନସିଆର ସମେତ ଦେଶର ଏକାଧିକ ରାଜ୍ୟରେ କରୋନା ବର୍ଦ୍ଧିତ ସଂଖ୍ୟାକୁ ଦେଖି ପୁଣି ଥରେ ଲୋକଙ୍କ ମନ ଭିତରେ ଛନକା ପଶିଯାଇଛି । ତେବେ କାନପୁରର ଆଇଆଇଟି ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲ ଏପରି କିଛି କହିଛନ୍ତି ଯାହା ସାର ଦେଶ ଅଶ୍ୱସ୍ତ ହୋଇଛି ।

ସେ କହିଛନ୍ତି, କରୋନା ଏହି ଲହରର ସମ୍ଭାବନା ଖୁବ କମ୍ । କାରଣ ଏଯାଏଁ କୌଣସି ନୂଆ ମ୍ୟୁଟେସନ ଆସିନାହିଁ । ଏହା ବ୍ୟତୀତ ଏବେ ଲୋକଙ୍କଠାରେ ପୂର୍ବ ଅପେକ୍ଷା ଅଧିକ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଛି । ପ୍ରଫେସର ମଣୀନ୍ଦ୍ର ଅଗ୍ରୱାଲଙ୍କ କହିବା ଅନୁସାରେ, ଅଧିକାଂଶ ଲୋକଙ୍କଠାରେ ଇମ୍ୟୁନିଟି ସିଷ୍ଟମ ୯୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି । କିନ୍ତୁ ଏହାର ମାନେ ନୁହେଁ କରୋନାକୁ ଆମେ ସମ୍ପୂ୍‌ର୍ଣ ଅଣଦେଖା କରି କିଛି ନିୟମ ପାଳିବା ନାହିଁ । ସ୍କୁଲ, ଦୋକାନ ବଜାର ସବୁ ଖୋଲିଛି । ତେଣୁ ମାସ୍କ ପିନ୍ଧିବା ଆବଶ୍ୟକ । କିନ୍ତୁ ଏବେ କାହାକୁ ମାସ୍କ ବ୍ୟବହାର କରିବାକୁ ଦେଖିବାକୁ ମିଳୁନଥିବାରୁ ଏହା ହିଁ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଛି ବୋଲି କହିଛନ୍ତି ।

Leave A Reply

Your email address will not be published.