ପ୍ରମୁଖ ଖବର

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ
ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତରଭୁଜ ଖାଇ ପରିବାରର ୫ ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ
ନାବାଳିକା ନିର୍ଯାତନା ମାମଲାରେ ଗିରଫ ହେବେ ବିଜେପି ମନ୍ତ୍ରୀ ସଞ୍ଜୟ ଙ୍କପୁଅ
ରାଜ୍ୟରେ ନାହିଁ ତୈଳ ସଙ୍କଟ : ଆଇଓସିଏଲ୍
ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

ଅଟୋକୁ ଧକ୍କା ଦେଲା ହାଇୱା, ୩ ମୃତ

0

କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା କୋଡ଼ପଡ଼ା ଛକ ନିକଟରେ ଏକ ଅଟୋକୁ ହାଇୱା ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମହିଳା ଅଛନ୍ତି।

ଆଜି ଅପରାହ୍ଣ ରେ ଏହି ଦୁର୍ଘଟଣା ଘଟିଛି। ସାତକୋଶିଆରୁ ୪ ଜଣ ଯାତ୍ରୀଙ୍କୁ ନେଇ ଜାବିନିପୁର ଆସୁଥିବା ଏହି ଅଟୋକୁ ହାଇୱାଟି ଧକ୍କା ଦେଇଥିଲା। ହାଇୱାଟି ଓସ୍ତପୁରାରୁ ଚିପ୍ସ ବୋଝେଇ କରି ସାତକୋଶିଆ ଯାଉଥିଲା। ଅଟୋକୁ ଧକ୍କା ଦେବା ପରେ ହାଇୱାଟି ମଧ୍ୟ ଓଲଟି ପଡ଼ିଥିଲା

ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ୩ ଜଣ ଯାକ ମୃତକ ଜାବିନିପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଗୁରୁତର ଆହତ ମହିଳାଙ୍କୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଟୋ ଡ୍ରାଇଭର ସୁସ୍ଥ ଅଛନ୍ତି। ହାଇୱା ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଏହାର ହେଲପରକୁ ଧରାଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.