ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ସ୍ଥଗିତ ଥିବା ସ୍ଥାନରେ ପୁଣି ହେବ ନିର୍ବାଚନ

0

ନିର୍ବାଚନ ସ୍ଥଗିତ ଥିବା ସ୍ଥାନରେ ଆସନ୍ତା ମେ’ ମାସ ୨୭ ତାରିଖରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ଗତ ଫେବ୍ରୁଆରିରେ ହୋଇଥିବା ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ କିଛି ସ୍ଥାନରେ ନିର୍ବାଚନ ସ୍ଥଗିତ ରହିଥିଲା। ଏବେ ସ୍ଥଗିତ ସ୍ଥାନରେ ଭୋଟ ଗ୍ରହଣ କରାଯିବ। 

ମେ’ ୨୭ ତାରିଖରେ ସେହି ସବୁ ସ୍ଥାନରେ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଏଥିପାଇଁ ଏପ୍ରିଲ୍ ୨୬ ତାରିଖରେ ନିର୍ବାଚନ ଅଧିକାରୀ ନୋଟିସ୍ ଜାରି କରିବେ। ଏପ୍ରିଲ ୨୯ରୁ ମେ’ ୨ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ହେବ। ମେ’ ୪ରେ ସେଗୁଡ଼ିକର ଯାଞ୍ଚ କରାଯିବ। ମେ’ ୫ରେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହର ହୋଇପାରିବ। ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ ପାଇବ।

ମେ’ ୨୭ ତାରିଖ ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ କରାଯିବ। ୨୮ ତାରିଖରେ ଭୋଟ୍ ଗଣତି ସହିତ ଫଳାଫଳ ଘୋଷଣା କରାଯିବ। ମେ’ ୩୧ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ କହିଛନ୍ତି ଯେ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥୀମାନେ ପୁନର୍ବାର ନାମାଙ୍କନ ପତ୍ର ଦାଖଲ କରିବାର ଆବଶ୍ୟକତା ନାହିଁ। ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଅଞ୍ଚଳ ଗୁଡ଼ିକରେ ଏପ୍ରିଲ୍‌ ୨୧ ତାରିଖ ଅର୍ଥାତ୍ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ଏହା ମେ’ ୨୮ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

Leave A Reply

Your email address will not be published.