ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ସ୍କୁଲ ବସ ଉପରେ ପଡିଲା ଫାଇନ୍

0

ଫିଟନେସ୍‌ ଯାଞ୍ଚ ବେଳେ ଏକ ସ୍କୁଲ ବସ୍‌ ଉପରେ ପଡ଼ିଛି ୨ ଲକ୍ଷ ୩୩ ହଜାର ଫାଇନ୍ । ଭୁବନେଶ୍ୱର ଡମଣା ଛକରେ ଆଜି ପରିବହନ ବିଭାଗ ଏକ ବସ୍‌ ଉପରେ ଏହି ଫାଇନ୍‌ ଲାଗୁ କରିବା ସହ ବସ୍‌ଟିକୁ ଜବତ କରାଯାଇଛି। ବସ୍‌ ପରମିଟ୍, ବୀମା, ପଲ୍ୟୁସନ୍ ବାବଦରେ ଏହି ଫାଇନ୍ କଟାଯାଇଛି । ଟିକସ ବକେୟା ଅଭିଯୋଗରେ ୨ ଲକ୍ଷ ୫ ହଜାର, ପଲ୍ୟୁସନ୍ ପାଇଁ ୧୦ ହଜାର ଓ ପରମିଟ୍ ପାଇଁ ୧୦ ହଜାର ଟଙ୍କା ଫାଇନ୍ ପକାଯାଇଛି । ଗତ ୨୦ ତାରିଖରୁ ସ୍କୁଲ ଗାଡ଼ିର ଫିଟନେସ୍‌ ଯାଞ୍ଚ ଆରମ୍ଭ କରାଯାଇଛି। 

ପ୍ରଥମ ଦିନ ଚଢ଼ାଉ ସମୟରେ କୋରାପୁଟ ଶିମିଳିଗୁଡା ର ଏକ ଇଂଲଶ ମିଡିୟମ ସ୍କୁଲ ଉପରେ ୪ ଲକ୍ଷ ଟଙ୍କା ଫାଇନ ପକାଇଥିଲା ପରିବହନ ବିଭାଗ। ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍‌ ପାଇଁ ୨୧ ହଜାର ୫୦୦ ଜରିମାନା କରିଥିଲା ପରିବହନ ବିଭାଗ। ସରକାର ସ୍କୁଲ ପିଲାଙ୍କ ସୁରକ୍ଷିତ ଯାତାୟତ ଉପରେ ଅଓିକ ଗୁରୁତ୍ବ ଦେଉଛନ୍ତି, ଏଣୁ ସ୍କୁଲ ପିଲାଙ୍କୁ ନେବାଆଣିବା କରୁଥିବା ବସ ଓ ଅନାନ୍ୟ ଗାଡି ମାନଙ୍କର ଚେକିଂ ସବୁକୁ କଡାକଡି କରାଯାଇଛି। ସ୍କୁଲ ପିଲାଙ୍କୁ ନେବା ଆଣିବା କରୁଥିବା ସବୁ ପ୍ରକାର ଗାଡ଼ିର ଫିଟେନସ୍, ପରମିଟ, ଇନସୁରାନ୍ସ, ପଲ୍ୟୁସନ ସାର୍ଟିଫିକେଟ ଆଦି ଯାଞ୍ଚ କରାଯାଉଛି। ନିର୍ଦ୍ଦିଷ୍ଟ ସଂଖ୍ୟାଠୁ ଅଧିକ ସଂଖ୍ୟାରେ ପିଲା ପରିବହନ କରୁଥିଲେ ଗାଡ଼ିର ଓ ଚାଳକଙ୍କ ଲାଇସେନ୍ସ ଯାଞ୍ଚ୍ କରାଯାଉଛି।

Leave A Reply

Your email address will not be published.