ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

0

ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଛି । ଲଗାତର ଚତୁର୍ଥ ଦିନ ପାଇଁ ଦେଶରେ ୨ହଜାର କରୋନା ସଂକ୍ରମିତ ଚିହ୍ନଟ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ହଜାର ୫୨୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୫ହଜାର ୭୯ରେ ପହଞ୍ଚିଛି।

ଦେଶରେ ଦୈନିକ ସଂକ୍ରମଣ ହାର ୦.୫୬% ରହିଛି । କରୋନା କାରଣରୁ ଗତ ୨୪ ଘଣ୍ଟାରେ ଦେଶରେ ୩୩ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଶନିବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ସେହିପରି ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଶୁକ୍ରବାର ୧୪,୨୪୧ ଜଣ ସକ୍ରିୟ ରୋଗୀ ରହିଥିଲେ। ଆଜି ଏଥିରେ ଅଧିକ ୮୩୮ ଜଣ ଯୋଡ଼ି ହୋଇ ଯାଇଛନ୍ତି। ଫଳରେ ଦେଶର ସକ୍ରିୟଙ୍କ ସଂଖ୍ୟା ୧୫,୦୭୯କୁ ବଢ଼ିଛି। ଗୁରୁବାର ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୩,୪୩୩ ରହିଥିଲା।

ଅନ୍ୟପକ୍ଷରେ ରାଜଧାନୀ ଦିଲ୍ଲୀରେ କରୋନାର ଦୈନିକ ସଂକ୍ରମଣ ରେକର୍ଡ କରି ଚାଲିଛି। ଗତ ୨୪ ଘଣ୍ଟାରେ ରାଜଧାନୀରୁ ୧ ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଣୁ ସରକାର କଟକଣା ପୁଣି ଲାଗୁ କରିଛନ୍ତି। ମେଟ୍ରୋ ଏବଂ ସାର୍ବଜନିକ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ନିୟମ ପାଳନ ନକଲେ ୫୦୦ ଟଙ୍କା ଜୋରିମାନା ଲାଗିବା ନେଇ ଘୋଷଣା ମଧ୍ୟ ହୋଇଛି ।

Leave A Reply

Your email address will not be published.