ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

୫ହଜାର ନେଇ ୧୫ଲକ୍ଷ ଶୁଝିଲେ

0

ଭୁବନେଶ୍ବର: ହଠାତ୍ ସୋସିଆଲ ମିଡ଼ିଆରେ ଗୋଟିଏ ପୋଷ୍ଟ ଆସୁଛି। ଆପଣ ବିନା ବନ୍ଧକରେ ଋଣ ନେବାକୁ ଚାହୁଁଛନ୍ତି କି? ଆପଣ ତତ୍କାଳ ଋଣ ନେବାକୁ ଚାହାନ୍ତି କି? ଏମିତି। ବାସ୍, ଯଦି କେହି ଏହାକୁ ବିଶ୍ବାସ କରି ଆବେଦନ କରୁଛନ୍ତି କିମ୍ବା ଋଣ ନେବାକୁ ଆପ୍ ମାଧ୍ୟମରେ ଉଦ୍ୟମ କରୁଛନ୍ତି, ତା ପରେ କଥା ସରିଲା। ଏହି ଘଟଣା ଏବେ ସାରା ଦେଶରେ ଅନେକ ଲୋକଙ୍କୁ ବରବାଦ କରିସାରିଲେଣି। ଲୋନ୍ ଆପକୁ ବିଶ୍ବାସ କରି ଦିଲ୍ଲୀ, ମୁମ୍ବାଇ ଠାରୁ ଆରମ୍ଭ କରି ବଡ ବଡ ସହରରେ ହଜାର ହଜାର ଲୋକ ତଳିତଳାନ୍ତ ହୋଇଛନ୍ତି। ଏବେ ଏହି ଘଟଣା ଓଡ଼ିଶାରେ ଦେଖାଦେଇଛି।

କଟକର ଜନୈକ ବ୍ୟକ୍ତି ୫ଲକ୍ଷ ଟଙ୍କା ନେଇ ୧୫ଲକ୍ଷ ଟଙ୍କା ସୁଝିଥିବା ସଂପର୍କରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲାଣି। ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଅଭିଯୋଗ ପରେ ସେମାନେ ଗୋଟିଏ ମାମଲା ରୁଜୁ କରିଛନ୍ତି। ଇଓଡବ୍ଲୁ କେସ୍ ନଂ-୯ ଓ ଆଇପିସି ଦଫା-୨୯୪, ୫୦୬, ୫୦୭, ୪୨୦, ୪୬୭ ଓ ୪୬୮ ଏବଂ ଆଇଟି ଆଇନର ଧାରା-୬୬ (ଡି) ଅନୁସାରେ ଏହି ମାମଲା ରୁଜୁ ହୋଇଛି। ଇଓଡବ୍ଲୁ କହିଛି ଲୋନ୍ ଆପ୍ କ୍ଷେତ୍ରରେ ଏହା ରାଜ୍ୟର ପ୍ରଥମ ମାମଲା।

ଏଠାରେ ଉଲ୍ଲେଖଥାଉକି, ଏହି ଚାଇନା ପ୍ରସ୍ତୁତ ଆପ୍ ଜରିଆରେ ସହଜ ଓ ତୁରନ୍ତ ଋଣ ମିଳିବା କଥା କୁହାଯାଇଥାଏ। ବିନା ବନ୍ଧକ ଓ ଆଦୌ କାଗଜପତ୍ର ଆବଶ୍ୟକ ହେଉନଥିବା କଥା କହି ସେମାନେ ଋଣ ନେବାକୁ ରାସ୍ତା ଖୋଲୁଥିବାରୁ ଅନେକ ଏଥିରେ ତୁରନ୍ତ ପ୍ରଭାବିତ ହୋଇବସନ୍ତି। ହେଲେ ଥରେ ଏହି ଆପରେ ପ୍ରବେଶ କଲେ, ଆଉ ମୁକୁଳିବାର ବାଟ ନଥାଏ। ବିଶେଷଜ୍ଞମାନେ କହିଛନ୍ତି, ଅନେକ ଏହି ଜାଲରେ ପଡି ମୃତ୍ୟୁ ଯାଏ ମଧ୍ୟ ଟାଣି ହୋଇଯାଇଛନ୍ତି। ଏଥିରେ ନିର୍ଧାରିତ ସମୟ ପର୍ଯ୍ୟନ୍ତ ସୁଧ ଦେବାକୁ ପଡିନଥାଏ। ଏହାଦ୍ବାରା ସେମାନେ ସଂପୃକ୍ତ ଋଣ ଗ୍ରହୀତାଙ୍କର ବିଶ୍ବାସ ଜିଣିଥାନ୍ତି। ତା ପରେ ହୁଏ ଅସଲ ଖେଳ। ଧୀରେ ଧୀରେ ମାନସିକ ନିର୍ଯାତନା ଦେଇ ଟଙ୍କା ଆଦାୟ ଫର୍ମୁଲା ପ୍ରୟୋଗ କରନ୍ତି। ଏଥିରେ ଫୋନ୍ ନମ୍ବର ସହିତ ସଂପୃକ୍ତ ଋଣ ଗ୍ରହୀତାଙ୍କର ଅନ୍ୟ କଣ୍ଟାକ୍ଟ ନମ୍ବର, ଅନ୍ତରଙ୍ଗ ଫଟୋ, ଭିଡିଓ ଆଦି ସଂଗ୍ରହ କରି ସେମାନେ ବ୍ଲାକମେଲିଂ କରନ୍ତି। ବିଭିନ୍ନ ଲୋକଙ୍କ ପାଖକୁ ଏହାକୁ ପଠାଇ ଦେବାକୁ କହି ସେମାନେ ଲୁଟ୍ ଆରମ୍ଭ କରିଦିଅନ୍ତି। ଏହି ଲୋନ୍ ଆପ ବିଶ୍ବବ୍ୟାଙ୍କ ଦ୍ବାରା ନିଷିଦ୍ଧ ହୋଇଥିଲେ ହେଁ ଏବେ ବି ଅନେକ ସଂସ୍ଥା ସକ୍ରିୟ ଅଛନ୍ତି।

Leave A Reply

Your email address will not be published.