ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ଦିଗପହଣ୍ଡିରେ ଡବଲ୍ ମର୍ଡର

0

ବ୍ରହ୍ମପୁର: ଦିନକ ତଳେ ବିଳମ୍ବିତ ରାତିରେ ଜଣେ ସିମେଣ୍ଟ ବ୍ୟବସାୟୀଙ୍କୁ ହତ୍ୟା କରାଯାଇଥିଲା। ଏହାର ୨୪ ଘଣ୍ଟା ପୂରିନି, ଶନିବାର ବିଳମ୍ବିତ ରାତିରେ ପୁଣି ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଚଷାନିମଖଣ୍ଡି ଗ୍ରାମରେ ଘଟିଛି। ରାଜନୈତିକ ଶତ୍ରୁତାରୁ କେହି ହତ୍ୟା କରିଥିବା ପୁଲିସ ପ୍ରାରମ୍ଭିକ ଅନୁସନ୍ଧାନରୁ ସୂଚନା ପାଇଛି। ମୃତ ଯୁବକଙ୍କ ନାମ ଯଥାକ୍ରମେ ସୁଦର୍ଶନ ସୁଆର ଓ ସରୋଜ ପାତ୍ର ବୋଲି ପୁଲିସ ଗଣମାଧ୍ୟମକୁ କହିଛି।

ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ଉଭୟ ସୁଦର୍ଶନ ଓ ସରୋଜ କୌଣସି ଏକ କାମରେ ସ୍ଥାନୀୟ ଭୀଷ୍ମଗିରି ଯାଇଥିଲେ। ସେଠାରୁ କାମ ସାରି ବାଇକରେ ଘରକୁ ଫେରୁଥିବା ବେଳେ ଚଷାନିମଖଣ୍ଡି ଅଞ୍ଚଳରେ ପୂର୍ବରୁ ଯୋଜନାବଦ୍ଧ ଭାବେ ଲୁଚି ରହିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ଘଟଣାସ୍ଥଳରୁ ଦୌଡି ଦୌଡି ଯିବାକୁ ଉଦ୍ୟମ କରିଥିବା ବେଳେ ଦୁର୍ବୃତ୍ତମାନେ କିନ୍ତୁ ସେମାନଙ୍କୁ ପିଛା କରି ଗୋଡାଇ ଗୋଡାଇ ହାଣିଥିଲେ। ଘଟଣାସ୍ଥଳରେ ହିଁ ସୁଦର୍ଶନଙ୍କର ମୃତ୍ୟୁ ହୋଇଥିବା ପୁଲିସ କହିଛି।

ତେବେ ପରେ ଲୋକମାନେ ପହଞ୍ଚି ସରୋଜଙ୍କୁ ଡାକ୍ତରଖାନା ନେଇଥିଲେ ହେଁ ତାଙ୍କୁ ସେଠାରେ ମୃତ ଘୋଷଣା କରାଯାଇଥିଲା। ଏହି ଘଟଣାରେ ପୁଲିସ କାହାକୁ ଏଯାବତ୍ ଗିରଫ କରିନଥିଲେ ହେଁ ତନାଘନା ଜାରି ରହିଛି। ଘଟଣାକୁ ନେଇ ପୂରା ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି।

Leave A Reply

Your email address will not be published.