ପ୍ରମୁଖ ଖବର

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ
ଅଦାଲତ ଅବମାନନା ମାମଲାରୁ ଉଷା ପାଢ଼ୀଙ୍କୁ ମିଳିଲା ଆଶ୍ୱସ୍ତି
ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ
ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ
ବରିଷ୍ଠ ନାଗରିକଙ୍କୁ ପୁରୀ ବୁଲାଇବେ ସରକାର
ଖୁବ୍‌ଶୀଘ୍ର ଖୁଲାସା ହେବ ନବ ଦାସ ହତ୍ୟା ମାମଲା : ଆଇନ ମନ୍ତ୍ରୀ
ମା’ ବିରଜାଙ୍କ ଆଶୀର୍ବାଦ ନେବେ ରାଷ୍ଟ୍ରପତି, ନାଭିଗୟାରେ କରିବେ ପିଣ୍ଡଦାନ

କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ

0

କେନ୍ଦ୍ରୀୟ ବିଦ୍ୟାଳୟରେ ସାଂସଦଙ୍କ କୋଟା ଉଚ୍ଛେଦ ପରେ ଲାଗୁ ହେଲା ନୂଆ ବ୍ୟବସ୍ଥା । ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିପାରିବେ କୋଭିଡ ଅନାଥ।  ଏହି କୋଟାରେ ନାଁ ଲେଖାଇଥିବା ଛାତ୍ରଛାତ୍ରୀ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣାରେ ପଢ଼ିବେ।

ନୂଆ ବ୍ୟବସ୍ଥା ଅନୁଯାୟୀ, କରୋନା ମହାମାରୀ ଯୋଗୁଁ ଅନାଥ ହୋଇଥିବା ପିଲାଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ନାଁ ଲେଖାଇବାକୁ ସୁଯୋଗ ଦେବାକୁ ନିଷ୍ପତ୍ତି ହୋଇଛି । ପିଏମ୍ କେୟାର ଫର୍ ଚିଲଡ୍ରେନ୍ ଯୋଜନାରେ କରୋନା ମହାମାରୀ ଅନାଥଙ୍କୁ ନାଁ ଲେଖାଇବା ଲାଗି ସୁଯୋଗ ମିଳିବ । କୋଭିଡ୍ ଅନାଥଙ୍କ ସଂପର୍କରେ ଜିଲ୍ଲା ପ୍ରଶାସନ ଦେଇଥିବା ତାଲିକା ଭିତ୍ତିରେ ପିଲାଙ୍କୁ ଏହି  ସୁଯୋଗ ମିଳିବ। ପ୍ରତ୍ୟେକ କେନ୍ଦ୍ରୀୟ ବିଦ୍ୟାଳୟରେ ୧୦ ଜଣ ଏବଂ ଶ୍ରେଣୀ ପ୍ରତି ସର୍ବାଧିକ ୨ ଜଣଙ୍କୁ ନାଁ ଲେଖାଇବାର ସୁଯୋଗ ମିଳିପାରିବ । ଏହି କୋଟାରେ ନାଁ ଲେଖାଇଥିବା ପିଲାଙ୍କୁ ସମସ୍ତ ଫି ଛାଡ଼ କରାଯିବ । 

ପୂର୍ବରୁ ଲୋକସଭା ସାଂସଦ ନିଜ ନିର୍ବାଚନମଣ୍ଡଳୀ ଅଞ୍ଚଳରୁ ୧୦ ଜଣ ପିଲାଙ୍କ ନାଁ ଲେଖାଇବାକୁ ସୁପାରିଶ କରିପାରୁଥିଲେ । ସେହିପରି ରାଜ୍ୟସଭା ସାଂସଦ  ପ୍ରତିନିଧିତ୍ୱ କରୁଥିବା  ସଂପୃକ୍ତ ରାଜ୍ୟରୁ ୧୦ ଜଣ ପିଲାଙ୍କୁ ସୁପାରିଶ କରିପାରୁଥିଲେ । କେନ୍ଦ୍ରୀୟ ବିଦ୍ୟାଳୟର ମୋଟ ୭୫୦୦ଟି ସିଟରେ ସାଂସଦଙ୍କ କୋଟାରେ ନାମଲେଖା ଯିବାର ବ୍ୟବସ୍ଥା ଥିଲା ।  ହେଲେ ଏବେ ସେହି କୋଟାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରି ଦିଆଯାଇଛି।

Leave A Reply

Your email address will not be published.