ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

0

ଓଡ଼ିଶା ଦାୟିତ୍ୱରେ ଥିବା ଏଆଇସିସି ପ୍ରଭାରୀ ଏ. ଚେଲ୍ଲାକୁମାର ଓଡ଼ିଶା ପହଞ୍ଚିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ବୈଠକରେ ଆଲୋଚନା ହେବ । ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବ। ସେ ନୂଆ ପିସିସି ସଭାପତି କିଏ ହେବେ ସେନେଇ ରାଜ୍ୟର ବିଭିନ୍ନ କଂଗ୍ରେସ ନେତାଙ୍କ ସହ ବିଚାର ବିମର୍ଷ କରିବେ । ସେଠାରୁ ଫେରିବା ପରେ ସେ ତାଙ୍କ ରିପୋର୍ଟ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ପ୍ରଦାନ କରିବେ ।

ସୂଚନାଥାଉକି,୨୦୧୯ରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ବି ଏଯାବତ୍ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରାଯାଇ ନାହିଁ। ଶ୍ରୀ ପଟ୍ଟନାୟକ କହିସାରିଛନ୍ତି ଯେ ସେ ଆଉ ତାଙ୍କ ପଦରେ ରହିବାକୁ ଚାହାନ୍ତି ନାହିଁ ।ଏଣୁ ଏପ୍ରିଲ ମାସ ଶେଷ ସୁଦ୍ଧା ପିସିସି ସଭାପତି ନାମ ଚୟନ କରାଯିବାର ସମ୍ଭାବନା ରହିଛି । ରାଜ୍ୟରେ ଦଳର ସାଂଗଠନିକ ପରିସ୍ଥିତିକୁ ଦେଖି କଂଗ୍ରେସ ଅଧ୍ୟକ୍ଷା ଶୀଘ୍ର ତାଙ୍କର ନିଷ୍ପତ୍ତି ସ୍ଥିର କରିବା ଦରକାର । ନିକଟରେ ନିର୍ବାଚନ ରଣକୌଶଳ ବିଶେଷଜ୍ଞ ପ୍ରଶାନ୍ତ କିଶୋର ମଧ୍ୟ ଦଳର କେନ୍ଦ୍ରୀୟ ନେତାମାନଙ୍କୁ କହିଛନ୍ତି ଯେ ଓଡ଼ିଶାରେ ଦଳର ସଂଗଠନକୁ ମଜଭୁତ କରିବା ପାଇଁ ବିଶେଷ ଧ୍ୟାନ ଦେବାକୁ ପଡ଼ିବ ।ଏଥିପାଇଁ ଜଣେ ଦକ୍ଷ ସଂଗଠକସହ ଯୁବନେତାଙ୍କ ଆବଶ୍ୟକତା ରହିଛି। ଏଣୁ କିଏ ହେବ ପିସିସି ସଭାପତି ସେନେଇ ଚର୍ଚ୍ଚା ଯୋର ଧରିଛି।

Leave A Reply

Your email address will not be published.