ପ୍ରମୁଖ ଖବର

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ
ପଙ୍କଜ ଲୋଚନ ମହାନ୍ତି ହେଲେ ଓସିଏ ସଭାପତି
ମହାକୁମ୍ଭରେ ବୁଡ ପକାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଗୁଣାବତ୍ତା ପରୀକ୍ଷାରେ ଫେଲ୍ ମାରିଲା ୮୪ଟି ମେଡିସିନ୍
ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ
ଆତିଶୀ ହେବେ ଦିଲ୍ଲୀ ବିଧାନସଭାର ପ୍ରଥମ ମହିଳା ବିରୋଧୀ ଦଳ ନେତା
ଢ଼େଙ୍କାନାଳ: ଫାର୍ମହାଉସ ମାଲିକଙ୍କୁ ଗୁଳିକରି ହତ୍ୟା

ବାଣିଜ୍ୟରେ ଡିଗ୍ରୀଧାରୀ ମାନେ ହେବେ ସରକାରୀ ଶିକ୍ଷକ

0

କଟକ: ବାଣିଜ୍ୟରେ ଡିଗ୍ରୀଧାରୀ ମାନେ ଏଣିକି ସରକାରୀ ଶିକ୍ଷକ ପଦରେ ନିଯୁକ୍ତି ପାଇପାରିବେ । ବାଣିଜ୍ୟରେ ସ୍ନାତକ କିମ୍ବା ସ୍ନାତକୋତ୍ତର ଡିଗ୍ରୀଧାରୀମାନେ ପାଠ୍ୟକ୍ରମରେ ପଢ଼ିଥିବା ଇଂଲିସ୍‌ ଏବଂ ଅର୍ଥନୀତି କୁ ସ୍କୁଲ୍‌ ପାଠ ହିସାବରେ ଗ୍ରହଣ କରାଯିବ । ଏହି ଆଧାରରେ ବାଣିଜ୍ୟ ଡିଗ୍ରୀଧାରୀଙ୍କୁ ଶିକ୍ଷକ ପଦରେ ନିଯୁକ୍ତି ଦିଆଯାଇପାରିବ ବୋଲି ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଆବେଦନକାରୀଙ୍କ ନିଯୁକ୍ତିକୁ ରଦ୍ଦ ପାଇଁ ଦେଇଥିବା ଆଦେଶକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି । ଏଥିସହ ଆବେଦନକାରୀଙ୍କୁ ସିବିଟି ଏବଂ ଅନ୍ୟାନ୍ୟ ଯୋଗ୍ୟତା ଆଧାରରେ ଶିକ୍ଷକ ପଦରେ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଜ୍ୟୋତିରଞ୍ଜନ ଜେନା ଏବଂ ଅନ୍ୟମାନଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଏସ୍‌.କେ. ପାଣିଗ୍ରାହୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମାମଲାରୁ ଜଣାଯାଇଛି ଯେ, ୨୦୨୧ ମସିହାରେ ରାଜ୍ୟ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ସରକାରୀ ମାଧ୍ୟମିକ ବିଦ୍ୟାଳୟରେ କଣ୍ଟ୍ରାକ୍‌ଚୁଆଲ ଟ୍ରେନ୍‌ଡ୍‌ ଗ୍ରାଜୁଏଟ୍‌ ଟିଚର୍‌ ପଦ ଏବଂ ତେଲୁଗୁ ଶିକ୍ଷକ ପଦ ପୂରଣ ପାଇଁ ନିଷ୍ପତ୍ତି ହୋଇଥିଲା । ଏହି ଆଧାରରେ ଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ପକ୍ଷରୁ ୨୦୨୧ ଅଗଷ୍ଟ ୨୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ବିଜ୍ଞପ୍ତି ଆଧାରରେ ଆବେଦନକାରୀମାନେ ଶିକ୍ଷକତା ପାଇଁ ଆବେଦନ କରିଥିଲେ । ଏହାପରେ ମେରିଟ୍‌ ଲିଷ୍ଟ୍‌ ଏବଂ ରିଜେକ୍ଟ ଲିଷ୍ଟ୍‌ ପ୍ରକାଶ ପାଇଥିଲା । ବିଜ୍ଞପ୍ତିରେ ପ୍ରକାଶିତ ପଦବି ପାଇଁ ସମସ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ସତ୍ତ୍ବେ ସେମାନଙ୍କ ନାମ ରିଜେକ୍ଟ ଲିଷ୍ଟରେ ରହିଥିଲା । ସେମାନଙ୍କର ବାଣିଜ୍ୟ ଡିଗ୍ରୀ ପାଠ୍ୟକ୍ରମରେ କୌଣସି ଦୁଇଟି ସ୍କୁଲ୍‌ ବିଷୟ ନଥିବାରୁ ସେମାନଙ୍କୁ ମେରିଟ୍‌ ଲିଷ୍ଟରୁ ବାଦ୍‌ ଦିଆଯାଇଥିବା ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଥିଲା । ଏଭଳି ନିଷ୍ପତ୍ତିକୁ ଚାଲେଞ୍ଜ କରି ଆବେଦନକାରୀମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ହାଇକୋର୍ଟ ବିଭିନ୍ନ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ରାୟରେ ଉଲ୍ଲେଖ କରିଛନ୍ତି ଯେ, ସମଗ୍ର ରାଜ୍ୟରେ ଇଂଲିସ୍‌କୁ ବାଣିଜ୍ୟ ଡିଗ୍ରୀରେ କମ୍ୟୁନିକେଟିଭ୍‌ ଇଂଲିସ୍‌ ଏବଂ ଅର୍ଥନୀତିକୁ ବିଜିନେସ୍‌ ଇକୋନୋମିକ୍ସ କୁହାଯାଇଥାଏ । ତେଣୁ ଏହି ବାଣିଜ୍ୟ ଡିଗ୍ରୀଧାରୀଙ୍କୁ ସ୍କୁଲ୍‌ ବିଷୟ ନଥିବା ଦର୍ଶାଇ ଶିକ୍ଷକ ପଦବିରେ ନିଯୁକ୍ତି ନଦେବା ସମ୍ପୂର୍ଣ୍ଣ ସ୍ୱେଚ୍ଛାଚାରିତା ବୋଲି ଧରାଯିବ । ଏଭଳି ନିଷ୍ପତ୍ତି ଦ୍ୱାରା ଏକ କୃତ୍ରିମ ପାର୍ଥକ୍ୟ ସୃଷ୍ଟି କରାଯାଉଥିବାରୁ ଏହା ଆଇନ ଆଗରେ ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ଏହି ଦୁଇଟି ପାଠ୍ୟକ୍ରମର ନାଁ ଯାହା ବି’ ରହୁ କିନ୍ତୁ ବିଷୟବସ୍ତୁ ସମାନ ରହିଛି । ତେଣୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ହାଇକୋର୍ଟ ମତଦେବା ସହ ଆବେଦନକାରୀଙ୍କୁ ଏହି ପଦବିରେ ନିଯୁକ୍ତି ଦେବାଲାଗି ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ସତ୍ୟବ୍ରତ ମହାନ୍ତି ମାମଲା ପରିଚାଳନା କରୁଥିଲେ ।

Leave A Reply

Your email address will not be published.