ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅବପାତ ପରେ ସ୍ପଷ୍ଟ ହେବ ବାତ୍ୟାର ଚିତ୍ର

0

ଆଜି ସକାଳେ ଦକ୍ଷିଣ ଆଣ୍ଡମାନ ସାଗର ଓ ତତ୍ ସଂଲଗ୍ନ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ରହିଛି। ଆସନ୍ତା କାଲି ସନ୍ଧ୍ୟା ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଡିପ୍ରେସନ୍ ରେ ପରିଣତ ହେବ ।ଏହା ପରେ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ୮ ତାରିଖ ସନ୍ଧ୍ୟା ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ବାତ୍ୟା ରେ ପରିଣତ ହେବା ସମ୍ଭାବନା ରହିଛି।

ଅବପାତରେ ପରିଣତ ହେବା ପରେ ସମ୍ଭାବ୍ୟ ବାତ୍ୟାର ଗତିପଥ ସ୍ପଷ୍ଟ ହେବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ଅବପାତଟି ୮ ତାରିଖ ଅର୍ଥାତ୍ ଆସନ୍ତାକାଲି ସଂଧ୍ୟାରେ ବାତ୍ୟାରେ ରୂପାନ୍ତରିତ ହୋଇପାରେ । ତେବେ ସମ୍ଭାବ୍ୟ ବାତ୍ୟା ପ୍ରଭାବ ରେ ଓଡ଼ିଶା ରେ ୯ ତାରିଖ ରୁ ପାଗ ରେ ପରିବର୍ତ୍ତନ ଆସିବା ସହ ୧୦-୧୧ ରେ ଉପକୂଳ ଓ ଆଖପାଖ ଅଞ୍ଚଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ରେ ପବନ ର ବେଗ କେତେ ରହିବ, ଜୁଆର ର କଣ ପ୍ରଭାବ ରହିବ ତାହା ବାତ୍ୟା ର ଗତିପଥ ସ୍ପଷ୍ଟ ହେବା ପରେ ସୂଚନା ମିଳିବ।

 ସେପଟେ ସମ୍ଭାବ୍ୟ ବାତ୍ୟା ଓ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା। ସେ କହିଛନ୍ତି, ଆଇଏମ୍‌ଡି ପକ୍ଷରୁ ବାତ୍ୟାର ଗତିପଥ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସେହି ଅନୁଯାୟୀ NDRF, ଓଡ୍ରାଫ୍ ଟିମ୍ ମୁତୟନ ପାଇଁ ପ୍ଲାନ କରାଯିବ । ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୧୦ ତାରିଖରେ ଗଂଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁରରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ । ତେବେ କୌଣସି ବି ପରିସ୍ଥିତିର ମୁକାବିଲା ପାଇଁ ଆମେ ପ୍ରସ୍ତୁତ ବୋଲି କହିଛନ୍ତି ଏସ୍ଆରସି ପ୍ରଦୀପ ଜେନା ।

୯ ତାରିଖରୁ ସମୁଦ୍ର ଅଶାନ୍ତ ରହିବ ବୋଲି ଆକଳନ କରାଯାଇଥିବାରୁ  ୮ ତାରିଖ ସକାଳୁ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଆଉ ପ୍ରବେଶ କରାଇଦିଆଯିବନି । ସେମାନଙ୍କ ଉପରେ ନଜର ରଖିବାକୁ ନୌସେନା, କୋଷ୍ଟଗାର୍ଡଙ୍କୁ ନିର୍ଦ୍ଦେଶ  କୁହାଯାଇଛି  । ଚାଷ ସଂପର୍କିତ ପରାମର୍ଶ ପାଇଁ କୃଷି ବିଭାଗକୁ ଗାଇଡଲାଇନ ପାଇଁ କୁହାଯାଇଛି ।  ସେହିପରି ଟେଲିକମ୍ କଂପାନୀମାନଙ୍କ ସହ ମଧ୍ୟ ଆଲୋଚନା ହୋଇଥିବା ଏସଆରସି କହିଛନ୍ତି।

ସମ୍ଭାବ୍ୟ ବାତ୍ୟା ଯୋଗୁ  କିଛି ଟାୱାର ଭାଙ୍ଗିଲେ, ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଳ ସଂପଦ, ପୂର୍ତ୍ତ, ଜଙ୍ଗଲ ବିଭାଗ ସହ ବି ଆଲୋଚନା ହୋଇଛି । ତେବେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି କରିଛୁ, କିଛି ପରିସ୍ଥିତି ଉପୁଜିଲେ ମୁକାବିଲା ପାଇଁ ସକ୍ଷମ ହେବୁ ବୋଲି ଏସ୍ଆରସି  କହିଛନ୍ତି ।

Leave A Reply

Your email address will not be published.