ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଆଉ ଏକ ଲଘୁଚାପ ବଢ଼ାଇଲାଣି ସଂଶୟ

0

ଭୁବନେଶ୍ବର: ଭୀଷଣ ରୂପ ନେଇ ଅସାନି ଉପକୂଳକୁ ମାଡ଼ି ଆସୁଥିଲା। ଶେଷ ମୁହୂର୍ତରେ ଏହା କ୍ଷୀଣକାୟ ଶରୀର ନେଇ ଆନ୍ଧ୍ରପ୍ରଦେଶ ପଶିଲା। ଆଶ୍ବସ୍ତ ହେଲେ ରାଜ୍ୟବାସୀ। ଏବେ କିନ୍ତୁ ମେ’ ମାସର ପାଣିପାଗ ପୁଣି ଥରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇବାକୁ ଯାଉଛି। ଆସନ୍ତା ୧୮ ତାରିଖ କିମ୍ବା ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁ୍ମାନ କଲେଣି। ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ହେଁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିସ୍ତାରିତ ପରିସର ଆକଳନକୁ ନିରେଖି ଦେଖିଲେ ଏମିତି ଗୋଟିଏ ସୂଚନା ମିଳୁଛି। ତେବେ ଆସନ୍ତା ୧୫ ତାରିଖ ପରେ ଏ ସଂପର୍କରେ ସଠିକ୍ ଆକଳନ କରାଯାଇପାରିବ ବୋଲି କୁହାଯାଉଛି। ପ୍ରାରମ୍ଭିକ ପୂର୍ବାନୁମାନ ଅନୁସାରେ ଏହା ବାଂଲାଦେଶ ଆଡକୁ ଯାଇପାରେ ବୋଲି କୁହାଯାଉଛି। ଏହା ହିଁ ଆଣ୍ଡାମାନରୁ ମୌସୁମୀକୁ ଟାଣିଆଣିବାରେ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଉଛି।

ଏପଟେ ରାଜ୍ୟରେ ୧୯ ତାରିଖ ପରେ ତାତି ଭୀଷଣ ହେବ ବୋଲି ମଧ୍ୟ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି। ଯଦିଓ ସଅଳ ମୌସୁମୀ ଆସିବ, ଜୁନ୍ କିମ୍ବା ଜୁଲାଇରେ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା କ୍ଷୀଣ।

Leave A Reply

Your email address will not be published.