ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ଆଉ ଏକ ଲଘୁଚାପ ବଢ଼ାଇଲାଣି ସଂଶୟ

0

ଭୁବନେଶ୍ବର: ଭୀଷଣ ରୂପ ନେଇ ଅସାନି ଉପକୂଳକୁ ମାଡ଼ି ଆସୁଥିଲା। ଶେଷ ମୁହୂର୍ତରେ ଏହା କ୍ଷୀଣକାୟ ଶରୀର ନେଇ ଆନ୍ଧ୍ରପ୍ରଦେଶ ପଶିଲା। ଆଶ୍ବସ୍ତ ହେଲେ ରାଜ୍ୟବାସୀ। ଏବେ କିନ୍ତୁ ମେ’ ମାସର ପାଣିପାଗ ପୁଣି ଥରେ ରାଜ୍ୟବାସୀଙ୍କ ଚିନ୍ତା ବଢ଼ାଇବାକୁ ଯାଉଛି। ଆସନ୍ତା ୧୮ ତାରିଖ କିମ୍ବା ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁ୍ମାନ କଲେଣି। ବିଧିବଦ୍ଧ ଭାବେ ଘୋଷଣା ହୋଇନଥିଲେ ହେଁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ବିସ୍ତାରିତ ପରିସର ଆକଳନକୁ ନିରେଖି ଦେଖିଲେ ଏମିତି ଗୋଟିଏ ସୂଚନା ମିଳୁଛି। ତେବେ ଆସନ୍ତା ୧୫ ତାରିଖ ପରେ ଏ ସଂପର୍କରେ ସଠିକ୍ ଆକଳନ କରାଯାଇପାରିବ ବୋଲି କୁହାଯାଉଛି। ପ୍ରାରମ୍ଭିକ ପୂର୍ବାନୁମାନ ଅନୁସାରେ ଏହା ବାଂଲାଦେଶ ଆଡକୁ ଯାଇପାରେ ବୋଲି କୁହାଯାଉଛି। ଏହା ହିଁ ଆଣ୍ଡାମାନରୁ ମୌସୁମୀକୁ ଟାଣିଆଣିବାରେ ପ୍ରମୁଖ ଭୂମିକା ନେବ ବୋଲି କୁହାଯାଉଛି।

ଏପଟେ ରାଜ୍ୟରେ ୧୯ ତାରିଖ ପରେ ତାତି ଭୀଷଣ ହେବ ବୋଲି ମଧ୍ୟ ପାଣିପାଗ ବିଜ୍ଞାନୀ ଆକଳନ କରୁଛନ୍ତି। ଯଦିଓ ସଅଳ ମୌସୁମୀ ଆସିବ, ଜୁନ୍ କିମ୍ବା ଜୁଲାଇରେ ଓଡ଼ିଶାରେ ଭଲ ବର୍ଷା ସମ୍ଭାବନା କ୍ଷୀଣ।

Leave A Reply

Your email address will not be published.