ପ୍ରମୁଖ ଖବର

କିସ୍‍ ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ
୧୦ ଶିକ୍ଷକଙ୍କ ଦରମା ବନ୍ଦ କଲେ ବିଇଓ
ଓଡ଼ିଶାରେ ଗତ ୨ ବର୍ଷରେ ୧୧,୩୩୭ ଶିଶୁ ନିଖୋଜ
୪ ନମ୍ୱର ଆମିଷ ବଜାରରୁ ହଟିବ ସମସ୍ତ ଜବରଦଖଲ
ରୋଗୀସେବାରେ ସାମିଲ ହେବ ୨୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ଅନେକ ପ୍ରେରଣା ଆଣିଛି ନଭେମ୍ବର ମାସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆ ମନ୍ତ୍ରୀଙ୍କ କାନରେ କି ମନ୍ତ୍ର ଫୁଙ୍କିଲେ ନବୀନ?

0

ଭୁବନେଶ୍ବର: ନୂଆ ମନ୍ତ୍ରୀମାନେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।ମନ୍ତ୍ରୀମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଥିଲେ।ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନ୍ତ୍ରୀମାନଙ୍କୁ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ଆଉ ଗୋଟିଏ ‘ଟି’ (ଟୁର୍) ଅନୁପାଳନ ଦିଗରେ ମଧ୍ୟ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସମସ୍ୟା ଜାଣିବା ସହିତ ଏହାର ସମାଧାନ ଲାଗି ବିଭିନ୍ନ ଜିଲ୍ଲା ଗସ୍ତ କର। ସରକାରଙ୍କ ବିକାଶମୂଳକ କାମଗୁଡ଼ିକ କିଭଳି ଭା‌ବରେ ସାଧାରଣଜନତାଙ୍କ ନିକଟକୁ ବିନା କୌଣସି ଅସୁବିଧାରେ ପହଞ୍ଚାଯାଇପାରିବ, ସେ ନେଇ ମଧ୍ୟ ପରାମର୍ଶ ଥିଲେ। ସେହିପରି ସରକାରଙ୍କ ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍‌ ନ ପଡ଼ନ୍ତି, ସେଥି ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ସର୍ବୋପରି ଲୋକଙ୍କ ପାଇଁ କାମ କରିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ।

ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୧୩ଜଣ କ୍ୟାବିନେଟ୍ ଓ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ପ୍ରଥମ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ।

Leave A Reply

Your email address will not be published.