ପ୍ରମୁଖ ଖବର

ଏସିବିରେ ୧.୪୦ କୋଟି ଟଙ୍କା ହେରଫେର, ଡାଟା ଏଣ୍ଟ୍ରି ଅପରେଟର ଗିରଫ
କଲେଜ ପାଇଁ ନୂଆ ନିର୍ଦ୍ଦେଶ, କ୍ୟାଣ୍ଟିନ୍‌ରେ କମିବ ତେଲ ବ୍ୟବହାର, ପୁରି-ବରା-ଆଳୁଚପ
ସୁଭଦ୍ରାର ପଞ୍ଚମ କିସ୍ତି ବଣ୍ଟନ, ୧.୦୩ କୋଟି ମହିଳାଙ୍କ ଖାତାକୁ ଗଲା ୫ ହଜାର ଟଙ୍କା
‘ଫେଲ୍’ ଶବ୍ଦ ହଟିବ, ମାଟ୍ରିକ୍‌ ମାର୍କସିଟ୍‌ରେ ଆସିବ ‘ଦକ୍ଷତା ପାଇଁ ଯୋଗ୍ୟ’
ରେଳ ଷ୍ଟେସନ୍‌ ଓ ଟ୍ରେନ୍‌ରେ ଅଳିଆ ପକାଇଲେ ଗଣିବେ ୧୦୦୦ ଟଙ୍କା
ନେପାଳ ପରେ ଭାରତକୁ ହିମାଳୟୀ ବନ୍ୟା ବିପଦ: ୨୨୧ ବରଫ ହ୍ରଦ ଚିହ୍ନଟ

ଜୁଲାଇ ୨ରୁ ବିଧାନସଭାର ମୌସୁମୀ ଅଧିବେଶନ

0

ଭୁବନେଶ୍ବର: ଓଡ଼ିଶା ବିଧାନସଭାର ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ ଲାଗି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସମନ ଜାରି କରିଛନ୍ତି। ଜୁଲାଇ ୨ ତାରିଖରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ବସିବ। ଏଥିରେ ମୋଟ ୨୪ଟି କାର୍ଯ୍ୟଦିବସ ଥିବା ସୂଚନା ମିଳିଛି। ବିଧାନସଭା ସଚିବାଳୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ଜୁଲାଇ ୨ ତାରିଖରେ ହିଁ ଅର୍ଥମନ୍ତ୍ରୀ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି।

ପୂର୍ବରୁ ଅର୍ଥମନ୍ତ୍ରୀ ୨୦୨୨-୨୩ ଆର୍ଥିକ ବର୍ଷ ଲାଗି ୨ଲକ୍ଷ କୋଟି ଟଙ୍କାର କାମଚଳା ବଜେଟ୍ ଆଗତ କରିଥିଲେ। ଜୁଲାଇ ୩୧ ତାରିଖ ଦିନ ଯାଏ ଦରମା ଆଦିକୁ ବିଚାରକୁ ନେଇ ଏହାର ରୂପରେଖ ନିର୍ଣ୍ଣୟ କରାଯାଇଥିଲା। ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରସ୍ତାବିତ ପୂର୍ଣ୍ଣାଙ୍ଗ ବଜେଟ୍ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.