ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ନୂଆ ମନ୍ତ୍ରୀଙ୍କ କାନରେ କି ମନ୍ତ୍ର ଫୁଙ୍କିଲେ ନବୀନ?

0

ଭୁବନେଶ୍ବର: ନୂଆ ମନ୍ତ୍ରୀମାନେ ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ତାଙ୍କ ଠାରୁ ଆଶୀର୍ବାଦ ନେଇଛନ୍ତି।ମନ୍ତ୍ରୀମାନଙ୍କୁ ନବୀନ ଗୁରୁମନ୍ତ୍ର ଦେଇଥିଲେ।ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନ୍ତ୍ରୀମାନଙ୍କୁ ସ୍ବଚ୍ଛତା ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। କେବଳ ସେତିକି ନୁହେଁ, ଆଉ ଗୋଟିଏ ‘ଟି’ (ଟୁର୍) ଅନୁପାଳନ ଦିଗରେ ମଧ୍ୟ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସମସ୍ୟା ଜାଣିବା ସହିତ ଏହାର ସମାଧାନ ଲାଗି ବିଭିନ୍ନ ଜିଲ୍ଲା ଗସ୍ତ କର। ସରକାରଙ୍କ ବିକାଶମୂଳକ କାମଗୁଡ଼ିକ କିଭଳି ଭା‌ବରେ ସାଧାରଣଜନତାଙ୍କ ନିକଟକୁ ବିନା କୌଣସି ଅସୁବିଧାରେ ପହଞ୍ଚାଯାଇପାରିବ, ସେ ନେଇ ମଧ୍ୟ ପରାମର୍ଶ ଥିଲେ। ସେହିପରି ସରକାରଙ୍କ ଯୋଜନାରୁ ଯେପରି କୌଣସି ହିତାଧିକାରୀ ବାଦ୍‌ ନ ପଡ଼ନ୍ତି, ସେଥି ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ। ସର୍ବୋପରି ଲୋକଙ୍କ ପାଇଁ କାମ କରିବାକୁ ମନ୍ତ୍ରୀମାନଙ୍କୁ କହିଥିଲେ।

ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୧୩ଜଣ କ୍ୟାବିନେଟ୍ ଓ ୮ଜଣଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଏହା ପ୍ରଥମ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ।

Leave A Reply

Your email address will not be published.