ପ୍ରମୁଖ ଖବର

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ, ପୁରୀ ଗଲେ ୭୪ ଶ୍ରଦ୍ଧାଳୁ
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ଓଡିଶାର ଏହି ୪ ସହର ହେବ କମନ ଇକୋନୋମିକ୍‌ ଜୋନ୍‌
ବାଂଲାଦେଶ ନିର୍ବାଚନ: ବିଏନପିର ସଫଳତାରେ ତାରିକଙ୍କୁ ମୋଦୀଙ୍କ ଅଭିନନ୍ଦନ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କାହ୍ନୁଚରଣ ଲେଙ୍କାଙ୍କ ପରଲୋକ
ଆଜିଠୁ ପରୀକ୍ଷା ପରିଚାଳନା ହବ୍‌କୁ ଯିବ +୨ ପ୍ରଶ୍ନପତ୍ର

ଆଜି ଠାରୁ ବିଦେଶ ଗସ୍ତରେ ନବୀନ

0

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜିଠାରୁ ବିଦେଶ ଗସ୍ତରେ ଯାଉଛନ୍ତି । ଆଜି ଦିଲ୍ଲୀରେ ପହଞ୍ଚି ସେଠାରେ ଦୁଇଦିନ ରହଣୀ କରିବେ । ୨୦ରେ ଦିଲ୍ଲୀରୁ ବିଦେଶ ଯାତ୍ରା କରିବେ । ରୋମ ଓ ଦୁବାଇ ଗସ୍ତ ସାରି ଆସନ୍ତା ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି । ଦୁବାଇରେ ନିବେଶକ ସମ୍ମିଳନୀରେ ନବୀନ ଯୋଗ ଦେବେ । ତେବେ ଜୁଲାଇ ୨ରୁ ବିଧାନସଭା ଅଧିବେଶନ ଥିବାରୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତ ସାରି ଓଡ଼ିଶା ଫେରି ଆସିବା କାର୍ଯ୍ୟକ୍ରମ ରହିଛି ।ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେଲାପରେ ଶ୍ରୀ ପଟ୍ଟନାୟକଙ୍କର ଏହା ଦ୍ବିତୀୟ ବିଦେଶ ଗସ୍ତ ହେବ।

ମିଳିଥିବା ସୂଚନା ଅନୁସାରେ ଶନିବାର ୧୮ ଜୁନ୍‌ ଅପରାହ୍ଣ ୧ଟା ୧୫ ମିନିଟରେ ବିମାନ ଯୋଗେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାତ୍ରା କରିବେ । ସେଠାରେ ଦୁଇଦିନ ରହିବେ । ୨୦ ତାରିଖ ଅପରାହ୍ନ ୪ଟା ୧୫ ମିନିଟରେ ଦିଲ୍ଲୀରୁ ରୋମ ଅଭିମୁଖେ ଗସ୍ତ କରିବେ । ରୋମରେ ଜାତିସଂଘ ଖାଦ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ଓଡ଼ିଶାର ଖାଦ୍ୟ ନିରାପତ୍ତା କାର୍ଯ୍ୟକ୍ରମର ସଫଳତା କାହାଣୀ ଉପସ୍ଥାପନ କରିବେ । କୃଷି କ୍ଷେତ୍ରରେ ଓଡ଼ିଶାରେ ଆସିଥିବା ବୈପ୍ଳବିକ ପରିବର୍ତ୍ତନର ସଫଳତା ସହ ରାଜ୍ୟରେ ମିଶନ ଶକ୍ତିର ସଫଳ କାର୍ଯ୍ୟକ୍ରମ ବାବଦରେ ମୁଖ୍ୟମନ୍ତ୍ରୀ ତଥ୍ୟ ପ୍ରଦାନ କରିବେ । ଏହାବାଦ ଆଉ କିଛି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ ବୋଲି ଜଣାପଡ଼ିଛି ।

ରୋମ କାର୍ଯ୍ୟକ୍ରମ ପରେ ମୁଖ୍ୟମନ୍ତ୍ରୀ ସେଠାରୁ ଦୁବାଇ ଗସ୍ତ କରିବେ । ଓଡ଼ିଶା ସରକାର ଓ ଫିକି ଦ୍ୱାରା ଆସନ୍ତା ୨୯ ତାରିଖରେ ଦୁବାଇରେ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ନିବେଶକଙ୍କୁ ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମନ୍ତ୍ରଣ କରିବେ । ଦୁଇ ଘଣ୍ଟା ଧରି ନିବେଶକଙ୍କ ସହ ଆଲୋଚନା କରିବେ ନବୀନ । ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ଦୁବାଇରୁ ଫେରିବେ । ମୁଖ୍ୟମନ୍ତ୍ରୀଙ୍କ ସହିତ ତାଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିଆନ୍‌ ଓ ଦୁଇ ଜଣ ବ୍ୟକ୍ତିଗତ କର୍ମଚାରୀ ମଧ୍ୟ ବିଦେଶ ଯିବେ ।

Leave A Reply

Your email address will not be published.