ପ୍ରମୁଖ ଖବର

ଭୂଦାନ ଜମିର ପଞ୍ଜିକରଣ-ମ୍ୟୁଟେସନ୍‌ରେ ରୋକ, ଡିଜିଟାଲ ଡାଟାବେସ୍‌ ପ୍ରସ୍ତୁତି
ୟୁରୋପକୁ ଅଶୋଧିତ ତୈଳ ଯୋଗାଣ ବନ୍ଦ କଲା ସାଉଦି
NISER ହଷ୍ଟେଲ ଛାତରୁ ପଡ଼ି ଛାତ୍ର ମୃତ
ପ୍ରତ୍ୟାହାର ନିଷ୍ପତ୍ତି ବଦଳାଇଲେ ମମତାଙ୍କ ପ୍ରାର୍ଥୀ
ମଧ୍ୟପ୍ରଦେଶରେ ନାଳରେ ଭାସିଗଲା କାର, ୭ ଓଡ଼ିଆଙ୍କ ସମେତ ୮ ମୃତ
ଘରୋଇ ବିଶ୍ୱବିଦ୍ୟାଳୟ ଲାଭ ପାଇଁ ଚାଲିପାରିବ ନାହିଁ: ସୁପ୍ରିମକୋର୍ଟ
ଟିଏମ୍‌ସିର ନାମ-ଚିହ୍ନ ଫ୍ରିଜ୍, ସୁପ୍ରିମକୋର୍ଟରେ ମମତା

ବିଜ୍ଞାପନର ୫ ବର୍ଷ ପରେ ହେବ ମିଳିତ ପୁଲିସ୍‌ ସେବା ପରୀକ୍ଷା

0

କଟକ:ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ୍ ବୋର୍ଡ ଦ୍ବାରା ପରିଚାଳିତ ମିଳିତ ପୁଲିସ ସେବା ପରୀକ୍ଷା (ସିପିଏସଇ)-୨୦୧୮ ବର୍ଷ ପାଇଁ କମ୍ପ୍ୟୁଟର୍‌ଭିତ୍ତିକ ଲିଖିତ ପରୀକ୍ଷା ଅନ୍‌ଲାଇନ୍‌ରେ ଆସନ୍ତା ଜୁଲାଇ ୨ ତାରିଖରୁ ୯ ତାରିଖ ଓ ଜୁଲାଇ ୧୧ ଓ ୧୨ ତାରିଖ ଦୁଇ ଦିନ ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଆସନ୍ତା ୧୮ ତାରିଖରୁ ଓଡ଼ିଶା ପୁଲିସ ୱେବସାଇଟ୍‌ରେ ଉପଲବଧ୍‌ ହେବ ।

ପୁଲିସ୍‌ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ଦ୍ୱାରା ପରୀକ୍ଷା ସମ୍ପର୍କିତ ତଥ୍ୟ ପ୍ରାର୍ଥୀଙ୍କ ପଞ୍ଜିକୃତ ମୋବାଇଲ ନମ୍ୱର ଓ ଇମେଲରେ ଜଣାଇ ଦିଆଯିବ। ଯଦି ୱେବ୍‌ସାଇଟ୍‌ରେ ଆଡମିଟ୍‌ କାର୍ଡ ପାଇବାରେ ସମସ୍ୟା ହୁଏ, ପ୍ରାର୍ଥୀମାନେ ୱେବସାଇଟ୍‌ରେ ଉଲ୍ଲେଖ ଥିବା ହେଲ୍‌ପ ଡେକ୍ସ ନମ୍ବରରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ପୁଲିସ ଏସ୍‌ଆଇ ପଦରେ ନିଯୁକ୍ତି ପାଇଁ ମିଳିତ ପୁଲିସ ସେବା ପରୀକ୍ଷା-୨୦୧୮ ଲାଗି ୨୦୧୭ରେ ବିଜ୍ଞାପନ ବାହାରିଥିଲା ।

Leave A Reply

Your email address will not be published.