ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଖାଇବା ତେଲ ଦର କମିବ; କେତେ ଜାଣନ୍ତୁ

0

ନୂଆଦିଲ୍ଲୀ: ବିଶ୍ବ ବଜାରରେ ଦର ହ୍ରାସ ପରେ କେନ୍ଦ୍ର ସରକାର ବୁଧବାର ଖାଇବା ତେଲ ଉତ୍ପାଦନକାରୀଙ୍କୁ ଦର ହ୍ରାସ ପାଇଁ ନିର୍ଦେଶ ଦେଇଛନ୍ତି। ସପ୍ତାହକ ମଧ୍ୟରେ ତେଲର ସର୍ବାଧିକ ଖୁଚୁରା ମୂଲ୍ୟ ବା ଏମ୍‌ଆର୍‌ପି ଉପରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବା ଲାଗି କୁହାଯାଇଛି। ଭାରତରେ ଯେତିକି ଖାଇବା ତେଲ ଆବଶ୍ୟକତା ହୋଇଥାଏ, ତାର ୬୦ ପ୍ରତିଶତରୁ ଅଧିକ ଆମଦାନୀ କରିବାକୁ ପଡ଼ିଥାଏ। ହେଲେ ଗତ କିଛି ମାସ ଧରି ବିଶ୍ବ ବଜାର ଚାପରେ ଖାଇବା ତୈଳ ଦର ଅହେତୁକ ବୃଦ୍ଧି ପାଇଥିଲା।

କେନ୍ଦ୍ର ସରକାରଙ୍କ ଖାଦ୍ୟ ସଚିବ ସୁଦର୍ଶନ ପାଣ୍ଢେ ସମସ୍ତ ଖାଇବା ତୈଳ ସଂଗଠନ ଏବଂ ପ୍ରମୁଖ ଉତ୍ପାଦକଙ୍କର ଏକ ବୈଠକ ଡାକିବା ସହିତ ସେମାନଙ୍କୁ ତୈଳ ଦର ହ୍ରାସ ପାଇଁ ଚାପ ସୃଷ୍ଟି କରିଛନ୍ତି। ଶ୍ରୀ ପାଣ୍ଡେ ଗଣମାଧ୍ୟମକୁ କହିଛନ୍ତି ଯେ ଗତ ସପ୍ତାହରେ ଖାଇବା ତୈଳର ମୂଲ୍ୟ ବିଶ୍ବ ବଜାରରେ ୧୦ ପ୍ରତିଶତ ଯାଏ ହ୍ରାସ ପାଇଛି। ଏଣୁ ଗ୍ରାହକମାନେ ଏହାଦ୍ବାରା ଲାଭବାନ୍ ହେବା ଉଚିତ୍।

ବିଶେଷକରି ଖଜୁରୀ ତେଲ, ସୋୟାବିନ୍ ଏବଂ ସୂର୍ଯ୍ୟମୁଖୀ ତେଲ ଭଳି ଆମଦାନୀ ହେଉଥିବା ଖାଇବା ତେଲରେ ଆସନ୍ତା ସପ୍ତାହରେ ଲିଟର ପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କରିବାକୁ ପ୍ରମୁଖ କଂପାନିମାନେ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି। ଫଳରେ ଇନ୍ଧନ ତେଲର ଦର ହ୍ରାସ ପାଇବା ସମ୍ଭାବନା ଉଜ୍ଜଳ ହୋଇଛି।
ଏହାବ୍ୟତୀତ କେନ୍ଦ୍ର ସରକାର ସମାନ ବ୍ରାଣ୍ଡର ତୈଳ ବିଭିନ୍ନ ଜୋନ୍‌ରେ ଭିନ୍ନ ଭିନ୍ନ ଦରରେ ବିକ୍ରି ହେଉଥିବା କାରଣରୁ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଯେହେତୁ ପରିବହନ ସହିତ ଅନ୍ୟାନ୍ୟ ଖର୍ଚ୍ଚ ଏମ୍‌ଆର୍‌ପିରେ ସାମିଲ ହୋଇସାରିଛି, ଏଣୁ ସବୁଠାରେ ତୈଳଦର ଗୋଟିଏ ପ୍ରକାର ହେବା ଉଚିତ୍ ବୋଲି କେନ୍ଦ୍ର କଂପାନିମାନଙ୍କୁ ପରାମର୍ଶ ଦେଇଛି। ରନ୍ଧନ ତୈଳ ଉପରେ ଗ୍ରାହକଙ୍କ ଅସନ୍ତୋଷ ଅଧିକ ରହୁଛି ବୋଲି କେନ୍ଦ୍ର ସରକାର ଏହି ଅବସରରେ ତୈଳ କଂପାନିମାନଙ୍କୁ ଜଣାଇ ଦେଇଛନ୍ତି।

Leave A Reply

Your email address will not be published.