ପ୍ରମୁଖ ଖବର

ସୋଆର ୨୦ତମ ପ୍ରତିଷ୍ଠା ଦିବସରେ ବିଶ୍ୱବିଦ୍ୟାଳୟର ସଫଳତା, ଉତ୍କର୍ଷତା ଓ ଅଗ୍ରଗତିର ସ୍ମୃତିଚାରଣ
ପାଠ୍ୟପୁସ୍ତକ ତ୍ରୁଟି ମାମଲା: ଓସେପା ଅଫିସ୍‌ରେ କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
ନିଟ୍‌ ପରୀକ୍ଷାରେ ବିଫଳ ପରେ ଛାତ୍ରୀଙ୍କ ଆତ୍ମହତ୍ୟା
ଜଳନ୍ଧରରୁ ୬,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ସରିଲା ପ୍ରଥମ ପର୍ଯ୍ୟାୟ +୨ ନାମଲେଖା; ଏବେ ବି ଖାଲି ୨.୧୮ ଲକ୍ଷ ଆସନ
ଆର୍ଯ୍ୟନ୍‌ ଓ ପାଂଶୁଲ ନିଟ୍‌-ୟୁଜି ୨୦୨୬ର ଯୁଗ୍ମ ଟପ୍ପର୍‌, ଓଡ଼ିଶାର ସାତ୍ତ୍ୱିକ ପଟ୍ଟନାୟକଙ୍କ ଅଲ୍ ଇଣ୍ଡିଆ ରାଙ୍କ ୪୦
ଶରଧାବାଲିରେ ଲାଗିଲା ତିନି ରଥ; ଆସନ୍ତାକାଲି ଆଡ଼ପ ମଣ୍ଡପ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି

ବାଜି ମାରିନେଲେ ନବୀନ

0
  • ରାଷ୍ଟ୍ରପତି କସରତରେ ଚକ୍‌ମା ଦେଲା ବିଜେଡି
  • ନବୀନଙ୍କ କସରତ ଦେଖି ବିରୋଧୀ ତାଜୁବ୍

ନୂଆଦିଲ୍ଲୀ: ଆସନ୍ତା ୮ ତାରିଖ ଦିନ ଏନ୍‌ଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ। ସେ ନିଜ ପାଇଁ ଭୋଟ ପ୍ରଚାର କରିବା ଲାଗି ଆସୁଛନ୍ତି। ହେଲେ ଦ୍ରୌପଦୀ ସିନା ଔପଚାରିକତା ରକ୍ଷା କରିବା ଲାଗି ପ୍ରଚାର ପାଇଁ ଆସୁଛନ୍ତି; ଅସଲ କଥା ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ କ୍ଷେତ୍ରରେ ବିଜେପି ଠାରୁ ଢେର୍ କେଇ ପାଦ ଆଗରେ ଅଛନ୍ତି। ଓଡ଼ିଶାର ସ୍ବାଭିମାନ ପ୍ରସଙ୍ଗ ଉଠାଇ ସେ ଦଳମତ ନିର୍ବିଶେଷରେ ରାଜ୍ୟର ସମସ୍ତ ଭୋଟ ଶ୍ରୀମତୀ ମୁର୍ମୁଙ୍କୁ ମିଳୁ ବୋଲି ଖୋଲାଖୋଲି ଆହ୍ବାନ ଦେଇସାରିଲେଣି। କେବଳ ସେତିକି ନୁହେଁ, ଇତିମଧ୍ୟରେ ସ୍ବାଧୀନ ସଭ୍ୟ ମକରନ୍ଦ ମୁଦୁଲି ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସହିତ ସେ ବ୍ୟକ୍ତିଗତ ଭାବେ କଥା ହୋଇଛନ୍ତି। ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଇତିମଧ୍ୟରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଅନ୍ୟ କଂଗ୍ରେସ ବିଧାୟକଙ୍କ ସହିତ ବି ଆଲୋଚନା କରିଛନ୍ତି।

ବିଜେଡିର ଏହି ରଣନୀତି ସାରା ଭାରତ ବର୍ଷକୁ ତାଜୁବ୍ କରିଛି। ଶ୍ରୀମତୀ ମୁର୍ମୁଙ୍କୁ ପ୍ରାର୍ଥୀ କରି ବିଜେପି ଯେଉଁ ବାହା-ବା ନେବାକୁ ଚେଷ୍ଟା କରୁଥିଲା, ତାକୁ ନବୀନ ଗୋଟିଏ ନିଷ୍ପତ୍ତିରେ ଧୂଳିସାତ୍ କରିଦେଇଛନ୍ତି। ବିଜେପିର ନେତାମାନେ ଏେବ ଏ କ୍ଷେତ୍ରରେ ଢେର୍ ପଛରେ ପଡ଼ିଯାଇଛନ୍ତି ଓ ରାଜନୈତିକ ଫାଇଦା ନେବାର କୌଣସି ସୁଯୋଗ ନାହିଁ। ନବୀନ ଆଉ ଦି’ ପାଦ ଆଗେଇ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଯୋଜନା ଅର୍ଥକୁ ୩୦ ପ୍ରତିଶତରୁ ଅଧିକ ବୃଦ୍ଧି କରି ବିରୋଧୀଙ୍କ ମୁହଁ ବନ୍ଦ କରିଦେଇଛନ୍ତି।

ଅନ୍ୟପଟରେ ମହିଳା ଏବଂ ଆଦିବାସୀ ନେତ୍ରୀ ହୋଇଥିବା କାରଣରୁ ଅନେକ ବିରୋଧୀ ରାଜନୈତିକ ଦଳ ଅକଳରେ ପଡ଼ିଛନ୍ତି। ଗୋଟିଏ ପରେ ଗୋଟିଏ ରାଜନୈତିକ ଦଳର ସମର୍ଥନ ସେ ହାସଲ କରିବାରେ ଲାଗିଛନ୍ତି। ସେପଟେ ବିରୋଧୀ ଦଳର ପ୍ରାର୍ଥୀ ଯଶଵନ୍ତ ସିହ୍ନାଙ୍କ ପ୍ରତି ସମର୍ଥନ କମିବାରେ ଲାଗିଛି। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ଏଠାରେ ଉଲ୍ଲେଖଥାଉକି, ବିଜେଡି ଛଡା ଇତିମଧ୍ୟରେ ଆନ୍ଧ୍ରପ୍ରଦେଶରେ ଜଗନଙ୍କ ଵାଇଏସ୍‌ଆର୍‌ପିସି ଶ୍ରୀମତୀ ମୁର୍ମୁଙ୍କୁ ସମର୍ଥନ ଦେଇସାରିଛି। ସେହିଭଳି ଏନ୍‌ଡିଏ ବାହାରେ ଥିଲେ ବି ଦ୍ରୌପଦୀଙ୍କୁ ଅକାଳୀ ଦଳ ସମର୍ଥନ କରିବ ବୋଲି ଘୋଷଣା କରିଛି। ସେହିଭଳି ଜେଏମ୍‌ଏମ୍‌, ମହାରାଷ୍ଟ୍ରରେ ଶିବ ସେନା ବିଦ୍ରୋହୀ ବିଧାୟକ ବି ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବେ।

Leave A Reply

Your email address will not be published.