ପ୍ରମୁଖ ଖବର

ଫିଫା ବିଶ୍ୱକପ୍ ଫାଇନାଲ୍ ପାଇଁ କେରଳରେ ଶିକ୍ଷାନୁଷ୍ଠାନ ଛୁଟି; ଫୁଟବଲ୍ ପ୍ରେମୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କ ବଡ଼ ନିଷ୍ପତ୍ତି
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ତାମିଲ ସିନେମାର ଜଲୱା; ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ବିଜୟ
ଜମ୍ମୁ-କାଶ୍ମୀରରେ ଭୟଙ୍କର ଆକସ୍ମିକ ବନ୍ୟା: ୧୬ ମୃତ, ଅନେକ ନିଖୋଜ
ମାତୃଭାଷା ସହ ଆଉ ଗୋଟିଏ ଭାରତୀୟ ଭାଷା ଶିଖିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କଲେ ଅମିତ ଶାହ
୧୬ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ସୋସିଆଲ ମିଡିଆରେ କଟକଣା ଆଣିପାରନ୍ତି କେନ୍ଦ୍ର ସରକାର
୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ସମ୍ମାନ ଜିତିଲା ‘ଲହରୀ’
ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା ଓ ଆକସ୍ମିକ ବନ୍ୟା: ୧୭ ମୃତ, ହାଇ ଆଲର୍ଟ ଜାରି
ଶ୍ରୀମନ୍ଦିରରେ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ଅଳଙ୍କାର ଗଣତି ଓ ଥ୍ରୀଡି ସ୍କାନିଂ

ବିବାହ ବନ୍ଧନରେ ବାନ୍ଧି ହେଲେ ମାନ

0

ଚଣ୍ଡିଗଡ: ବିବାହ ବନ୍ଧନରେ ବାନ୍ଧି ହେଲେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ।ବାନ୍ଧବୀ ତଥା ଡକ୍ଟର ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି ମାନ ।ଚଣ୍ଡିଗଡରେ ଆୟୋଜିତ ଏହି ବାହାଘରରେ ହାତ ଗଣତି କିଛି ନିକଟତର ବନ୍ଧୁ ଓ ସର୍ମ୍ପକୀୟ ଯୋଗ ଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର କିଛି ନେତା ବାହାଘରରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉକି; କିଛି ଦିନ ପୂର୍ବରୁ ପଂଜାବର ଶାସନ କ୍ଷମତା ହାତେଇ ଚର୍ଚ୍ଚାରେ ଥିଲେ। ଆଉ ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ ଆସିଛି ନୁଆ ଅଧ୍ୟାୟ। କାରଣ ମୁଖ୍ୟମନ୍ତ୍ରୀ ମାନ ନିଜର ବାନ୍ଧବୀ ଡକ୍ଟର ଗୁରପ୍ରୀତ କୌରଙ୍କୁ ବିବାହ କରି ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । କିଛି ଖାସ ଅତିଥି ଓ ସର୍ମ୍ପକୀୟଙ୍କୁ ନେଇ ଚଣ୍ଡିଗଡରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବାହାଘର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କ୍ରେଜିୱାଲ ଓ ଦଳର ଅନେକ ଜଣାଶୁଣା ଚେହେରା ବାହାଘରରେ ପହଁଚି ମାନ ଓ ଗୁରୁପ୍ରୀତଙ୍କୁ ଶୁଭେଚ୍ଛା ଏବଂ ଆର୍ଶୀବାଦ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ବାହାଘରର ଭଳିକି ଭଳି ଫଟୋ ସାମ୍ନାକୁ ଆସିିଛି । ନିଜ ଖାସ ଦିନ ପାଇଁ ଭଗୱନ୍ତ ମାନ ଓ ଗୁରୁପ୍ରୀତ ପିନ୍ଧିଥିବା ପୋଷାକ ଓ ସେମାନଙ୍କ ଲୁକକୁ ବେଶ ପସନ୍ଦ କରାଯାଉଛି । ଫିକା ହଳଦୀ ରଙ୍ଗ ପୋଷାକରେ ମାନ ଓ ଗାଢ ଲାଲ ରଙ୍ଗ ଲେହେଙ୍ଗାରେ ଗୁରୁପ୍ରୀତଙ୍କ ୱେଡିଙ୍ଗ ଆଉଟଫିଟକୁ ନେଇ ଚର୍ଚ୍ଚା କରାଯାଉଛି । ସେପଟେ ମାନ ଓ ଗୁରୁପ୍ରିତଙ୍କୁ ସେମାନଙ୍କ ନୂଆ ଜୀବନ ଆରମ୍ଭ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ହରିୟାଣାରର ମୂଳ ବାସିନ୍ଦା ହେଉଛନ୍ତି ୩୨ ବର୍ଷିୟ ଗୁରୁପ୍ରୀତ । ୨୦୧୮ ମସିହାରେ ଅମ୍ବାଲାରୁ ଏମବିବିଏସ ପାଠ ଶେଷ କରିଥିଲେ । ବର୍ତମାନ ସେ ପରିବାର ସହ ରାଜପୁରାରେ ରହୁଛନ୍ତି । ମାନଙ୍କ ଭଉଣୀଙ୍କ ଜଣେବାନ୍ଧବୀ ହେଉଛନ୍ତି ଗୁରୁପ୍ରୀତ । ୨୦୧୯ ସଂଗୃର ସାଂସଦ ଭାବେ ମାନ ଶପଥ ନେବା ସମୟରେ ପ୍ରଥମଥର ପାଇଁ ଗୁରୁପ୍ରୀତଙ୍କ ସହ ଦେଖା ହୁଏ ଓ ପରେ ସେମାନେ ଘନିଷ୍ଠ ବନ୍ଧୁ ହୋଇଥିଲେ । ଭଗୱନ୍ତ ମାନଙ୍କ ଏହା ୨ୟ ବାହାଘର । ପ୍ରଥମ ପତ୍ନୀଙ୍କୁ ୨୦୧୫ ମସିହାରେ ଛାଡପତ୍ର ଦେଇଥିଲେ ମାନ ।

Leave A Reply

Your email address will not be published.