ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବିବାହ ବନ୍ଧନରେ ବାନ୍ଧି ହେଲେ ମାନ

0

ଚଣ୍ଡିଗଡ: ବିବାହ ବନ୍ଧନରେ ବାନ୍ଧି ହେଲେ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂ ମାନ ।ବାନ୍ଧବୀ ତଥା ଡକ୍ଟର ଗୁରୁପ୍ରୀତ କୌରଙ୍କୁ ବିବାହ କରିଛନ୍ତି ମାନ ।ଚଣ୍ଡିଗଡରେ ଆୟୋଜିତ ଏହି ବାହାଘରରେ ହାତ ଗଣତି କିଛି ନିକଟତର ବନ୍ଧୁ ଓ ସର୍ମ୍ପକୀୟ ଯୋଗ ଦେଇଛନ୍ତି । ଏଥିସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କ ସମେତ ଦଳର କିଛି ନେତା ବାହାଘରରେ ପହଁଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉକି; କିଛି ଦିନ ପୂର୍ବରୁ ପଂଜାବର ଶାସନ କ୍ଷମତା ହାତେଇ ଚର୍ଚ୍ଚାରେ ଥିଲେ। ଆଉ ଏବେ ତାଙ୍କ ବ୍ୟକ୍ତିଗତ ଜୀବନରେ ଆସିଛି ନୁଆ ଅଧ୍ୟାୟ। କାରଣ ମୁଖ୍ୟମନ୍ତ୍ରୀ ମାନ ନିଜର ବାନ୍ଧବୀ ଡକ୍ଟର ଗୁରପ୍ରୀତ କୌରଙ୍କୁ ବିବାହ କରି ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । କିଛି ଖାସ ଅତିଥି ଓ ସର୍ମ୍ପକୀୟଙ୍କୁ ନେଇ ଚଣ୍ଡିଗଡରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବାହାଘର । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କ୍ରେଜିୱାଲ ଓ ଦଳର ଅନେକ ଜଣାଶୁଣା ଚେହେରା ବାହାଘରରେ ପହଁଚି ମାନ ଓ ଗୁରୁପ୍ରୀତଙ୍କୁ ଶୁଭେଚ୍ଛା ଏବଂ ଆର୍ଶୀବାଦ ଜଣାଇଛନ୍ତି ।

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କ ବାହାଘରର ଭଳିକି ଭଳି ଫଟୋ ସାମ୍ନାକୁ ଆସିିଛି । ନିଜ ଖାସ ଦିନ ପାଇଁ ଭଗୱନ୍ତ ମାନ ଓ ଗୁରୁପ୍ରୀତ ପିନ୍ଧିଥିବା ପୋଷାକ ଓ ସେମାନଙ୍କ ଲୁକକୁ ବେଶ ପସନ୍ଦ କରାଯାଉଛି । ଫିକା ହଳଦୀ ରଙ୍ଗ ପୋଷାକରେ ମାନ ଓ ଗାଢ ଲାଲ ରଙ୍ଗ ଲେହେଙ୍ଗାରେ ଗୁରୁପ୍ରୀତଙ୍କ ୱେଡିଙ୍ଗ ଆଉଟଫିଟକୁ ନେଇ ଚର୍ଚ୍ଚା କରାଯାଉଛି । ସେପଟେ ମାନ ଓ ଗୁରୁପ୍ରିତଙ୍କୁ ସେମାନଙ୍କ ନୂଆ ଜୀବନ ଆରମ୍ଭ ପାଇଁ ଶୁଭେଚ୍ଛାର ସୁଅ ଛୁଟୁଛି । ହରିୟାଣାରର ମୂଳ ବାସିନ୍ଦା ହେଉଛନ୍ତି ୩୨ ବର୍ଷିୟ ଗୁରୁପ୍ରୀତ । ୨୦୧୮ ମସିହାରେ ଅମ୍ବାଲାରୁ ଏମବିବିଏସ ପାଠ ଶେଷ କରିଥିଲେ । ବର୍ତମାନ ସେ ପରିବାର ସହ ରାଜପୁରାରେ ରହୁଛନ୍ତି । ମାନଙ୍କ ଭଉଣୀଙ୍କ ଜଣେବାନ୍ଧବୀ ହେଉଛନ୍ତି ଗୁରୁପ୍ରୀତ । ୨୦୧୯ ସଂଗୃର ସାଂସଦ ଭାବେ ମାନ ଶପଥ ନେବା ସମୟରେ ପ୍ରଥମଥର ପାଇଁ ଗୁରୁପ୍ରୀତଙ୍କ ସହ ଦେଖା ହୁଏ ଓ ପରେ ସେମାନେ ଘନିଷ୍ଠ ବନ୍ଧୁ ହୋଇଥିଲେ । ଭଗୱନ୍ତ ମାନଙ୍କ ଏହା ୨ୟ ବାହାଘର । ପ୍ରଥମ ପତ୍ନୀଙ୍କୁ ୨୦୧୫ ମସିହାରେ ଛାଡପତ୍ର ଦେଇଥିଲେ ମାନ ।

Leave A Reply

Your email address will not be published.