ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ପ୍ରଶ୍ନପତ୍ର ଲିକ୍ ଯୋଗୁଁ ବାତିଲ ହେଲା ପରୀକ୍ଷା

0

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହେବା ପରେ ଆଜିର ଏଜୁକେସନ୍ ୬ଷ୍ଠ ସେମିଷ୍ଟର ପରୀକ୍ଷାକୁ ବାତିଲ କରାଯାଇଛି। ଏନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ସଂଜୀବ ମିତ୍ତଲ ସୂଚନା ଦେଇଛନ୍ତି।ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ ଲିକ୍‌ ହୋଇଗଲା ପ୍ରଶ୍ନପତ୍ର ।  ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି ବୋଲି ସ୍ୱୀକାର କରିଛନ୍ତି କର୍ତ୍ତୃପକ୍ଷ । ତେଣୁ ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷା ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଆଜି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ ।  କେଉଁ ପରିସ୍ଥିତିରେ ଏହା ଭାଇରାଲ ହେଲା ତାହାର ତଦନ୍ତ ହେବ ବୋଲି କହିଛନ୍ତି କର୍ତ୍ତୃପକ୍ଷ ।  ପ୍ରଶ୍ନପତ୍ର ସେଟ୍ କରିଥିବା କର୍ମଚାରୀ ହିଁ ଏପରି କରିଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ଦୋଷୀ, କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ ଦିଆଯିବା ସହେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।ପରବର୍ତ୍ତୀ ଅବସ୍ଥାରେ କେବେ ପରୀକ୍ଷା ହେବା ତାହା ଜଣାଇ ଦିଆାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Leave A Reply

Your email address will not be published.