ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

0

ବାଣପୁର: ସୁପ୍ରିମକୋର୍ଟରୁ ସର୍ତମୂଳକ ଜାମିନ ମିଳିବା ପରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବାଣପୁର ଉପକାରାଗାରରୁ ବାହାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ। ଜେଲରୁ ବାହାରି ପୁଲିସର କଡା ସୁରକ୍ଷାରେ ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସିଛନ୍ତି ଚିଲିକା ବିଧାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ ବର୍ଷେ ପାଇଁ ଚିଲିକା ନିର୍ବାଚନ ମଣ୍ଡଳିକୁ ଯାଇ ପାରିବେ ନାହିଁ । ଯଦି ଆବଶ୍ୟକ ହୁଏ, ତେବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମତି ନେଇ ନିର୍ବାଚନ ମଣ୍ଡଳିକୁ ଯିବେ। ଏହାଛଡା କୌଣସି ସାକ୍ଷୀ କିମ୍ବା ଅଭିଯୋଗକାରୀଙ୍କୁ ଧମକଚମକ ଦେବେ ନାହିଁ । ୫ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସି ସଭା ସମିତି କରିପାରିବେ ନାହିଁ । ଏସବୁ ସର୍ତକୁ ଉଲ୍ଲଙ୍ଘନ କଲେ ଜାମିନ ବାତିଲ ହେବ ବୋଲି ସୁପ୍ରିମକୋର୍ଟ ଜାମିନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉକି: ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ବିଧାୟକଙ୍କ ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ । ଚିକିତ୍ସା ପରେ ମାର୍ଚ୍ଚ ୨୨ ତାରିଖରେ ପୁଲିସ ବିଧାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

Leave A Reply

Your email address will not be published.