ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ବାହାରିଲା ଓଜେଇଇ ରେଜଲ୍ଟ

0

ଆଜି ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ଫଳାଫଳ। ୪୭ ହଜାର ୭୬୧ ଜଣ ପରୀକ୍ଷା ଦେଇଥିବା ବେଳେ ୪୭ ହଜାର ୭୨୯ ଜଣଙ୍କୁ ପ୍ରଦର୍ଶନ ଅନୁଯାୟୀ ରାଙ୍କ ମିଳିଛି । ଫଳାଫଳ  ପୁସ୍ତିକା ଉନ୍ମୋଚନ କରିଥିଲେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇ । ଜୁଲାଇ ୪ରୁ ଜୁଲାଇ ୮ ଯାଏଁ ବିଭିନ୍ନ ବିଭାଗର ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେପଟେ ଆସନ୍ତା ଅଗଷ୍ଟ ୧୦ ତାରିଖରେ ଓଜେଇଇ କାଉନସିଲିଂ ଆରମ୍ଭ ହେବ । ଅଗଷ୍ଟ ୧ ତାରିଖରୁ ସ୍ପେଶିଆଲ୍ ଓଜେଇଇ ଆବେଦନ ଆରମ୍ଭ ହେବ । ଯାହାକି ଅଗଷ୍ଟ ଶେଷ ସପ୍ତାହରେ ହେବ ବୋଲି ସୂଚନା ମିଳିଛି।

ପ୍ରକାଶିତ ପରୀକ୍ଷା ଫଳାଫଳ ଅନୁଯାୟୀ,  ଏମବିଏରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ ଏମସିଏରେ ଇଶାନ୍ତ କୁମାର ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି । ସେହିଭଳି ବି. ଫାର୍ମାରେ ଅରୂପ କୁମାର ପଣ୍ଡା, ଏମ ଫାର୍ମାରେ ସଚିନ ନାୟକ, ଏମ ଟେକ ସିଭିଲ ଇଞ୍ଜିନିୟରିଂରେ ସଞ୍ଜୀବ ପ୍ରଧାନ, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ମିଥୁନ୍ ଅଧିକାରୀ, କମ୍ପ୍ୟୁଟର ଇଞ୍ଜିନିୟରିଂ ଓ ଆଇଟିରେ ଏସ୍. ସଞ୍ଜୀବ କୁମାର, ଇଲେକଟ୍ରୋନିକ୍ସରେ ପଙ୍କଜ କୁମାର, କେମିକାଲ ଇଞ୍ଜିନିୟରିଂରେ ହରିୟାଲି ବେହେରା, ବାୟୋ ଟେକ୍ନୋଲୋଜିରେ ଶୁଭଶ୍ରୀ ହୋତା ଓ ପ୍ଲାଷ୍ଟିକ ଇଞ୍ଜିନିୟରିଂରେ ଜ୍ୟୋତି ପ୍ରକାଶ ନାୟକ ଓଡ଼ିଶା ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀ ମାନେ ଚାହିଁଲେ  www.ojee.nic.in ୱେବସାଇଟକୁ ଯାଇ ନିଜର ଫଳାଫଳ ଦେଖିପାରିବେ ।

Leave A Reply

Your email address will not be published.