ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ଜେଲ୍‌ରୁ ମୁକୁଳିଲେ ବିଧାୟକ ପ୍ରଶାନ୍ତ ଜଗଦେବ

0

ବାଣପୁର: ସୁପ୍ରିମକୋର୍ଟରୁ ସର୍ତମୂଳକ ଜାମିନ ମିଳିବା ପରେ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବାଣପୁର ଉପକାରାଗାରରୁ ବାହାରିଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ। ଜେଲରୁ ବାହାରି ପୁଲିସର କଡା ସୁରକ୍ଷାରେ ଭୁବନେଶ୍ୱର ସ୍ଥିତ ବାସଭବନକୁ ଆସିଛନ୍ତି ଚିଲିକା ବିଧାୟକ । ସୁପ୍ରିମକୋର୍ଟଙ୍କ ସର୍ତ୍ତ ଅନୁସାରେ ବର୍ଷେ ପାଇଁ ଚିଲିକା ନିର୍ବାଚନ ମଣ୍ଡଳିକୁ ଯାଇ ପାରିବେ ନାହିଁ । ଯଦି ଆବଶ୍ୟକ ହୁଏ, ତେବେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅନୁମତି ନେଇ ନିର୍ବାଚନ ମଣ୍ଡଳିକୁ ଯିବେ। ଏହାଛଡା କୌଣସି ସାକ୍ଷୀ କିମ୍ବା ଅଭିଯୋଗକାରୀଙ୍କୁ ଧମକଚମକ ଦେବେ ନାହିଁ । ୫ଜଣରୁ ଅଧିକ ଲୋକଙ୍କୁ ନେଇ କୌଣସି ସଭା ସମିତି କରିପାରିବେ ନାହିଁ । ଏସବୁ ସର୍ତକୁ ଉଲ୍ଲଙ୍ଘନ କଲେ ଜାମିନ ବାତିଲ ହେବ ବୋଲି ସୁପ୍ରିମକୋର୍ଟ ଜାମିନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ।

ସୂଚନାଥାଉକି: ଗତ ମାର୍ଚ୍ଚ ମାସ ୧୨ ତାରିଖରେ ଲୋକଙ୍କ ଉପରେ ଗାଡ଼ି ମଡ଼ାଇବା ଘଟଣାରେ ବିଧାୟକ ଶ୍ରୀଜଗଦ୍ଦେବଙ୍କୁ ଗିରଫ କରାଯାଇଥିଲା। ବିଧାୟକଙ୍କ ଗାଡ଼ି ଧକ୍କାରେ ପୁଲିସଙ୍କ ସମେତ ୨୦ଜଣ ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ମାଡ଼ ମାରିବାରୁ ସେ ଆହତ ହୋଇଥିଲେ । ଚିକିତ୍ସା ପରେ ମାର୍ଚ୍ଚ ୨୨ ତାରିଖରେ ପୁଲିସ ବିଧାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

Leave A Reply

Your email address will not be published.