ପ୍ରମୁଖ ଖବର

ଜାପାନରୁ ନେତାଜୀଙ୍କ ଅସ୍ଥି ଭାରତ ଆଣିବାକୁ ଝିଅଙ୍କ ଆବେଦନ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାଙ୍କୀ-ଡମପଡ଼ା ବ୍ଲକରେ BNSS ୧୬୩ ଲାଗୁ, ମେଳି ଓ ହରତାଳ ଉପରେ କଟକଣା
ଘରୋଇ ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ କମିବ, ରୋଗୀଙ୍କ ପାଇଁ ସଂସଦୀୟ କମିଟିର ବଡ଼ ସୁପାରିସ୍
ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ
ଦୁଇ ବର୍ଷ ପରେ ଚଳଚଞ୍ଚଳ ଲୋକାୟୁକ୍ତ, ଅଧ୍ୟକ୍ଷ ଚୟନ ପାଇଁ ବସିଲା ହାଇପାୱାର କମିଟି
ଭାପୁର ଗୋଷ୍ଠୀସ୍ବାସ୍ଥ୍ୟକେନ୍ଦ୍ରରେ ଭୁଲ ଇଞ୍ଜେକ୍ସନ ନେଲା ଛାତ୍ରୀଙ୍କ ଜୀବନ, ମେଡିକାଲରେ ଉତ୍ତେଜନା
ଖଣି ଉପରେ ମନଇଚ୍ଛା ଟିକସ ଲଗାଇପାରିବେନି ରାଜ୍ୟ, କେନ୍ଦ୍ର ଆଣିଲା ନୂଆ MMDR ବିଲ୍‌
ଇରାନୀ ଧମକ ପରେ ଟ୍ରକ୍‌ରେ ଲୁଚି ତୁର୍କୀରୁ ବାହାରିଥିଲେ ଟ୍ରମ୍ପ!
ଧାନବିଲରେ କାମ ବେଳେ ବଜ୍ରାଘାତ, ୪ ମହିଳା ଶ୍ରମିକଙ୍କ ମୃତ୍ୟୁ
ଟିଏମ୍‌ସିର ୩ ବ୍ୟାଙ୍କ ଖାତା ଫ୍ରିଜ୍‌: ହସ୍ତକ୍ଷେପ କଲେନି ସୁପ୍ରିମକୋର୍ଟ

ରହସ୍ୟ ଖୋଲିବ କଳା ଡାଏରି

0

କୋଲକାତା: ପଶ୍ଚିମବଙ୍ଗ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହାୟକ ଅର୍ପିତା ମୁଖାର୍ଜୀଙ୍କ ବାସଭବନରୁ ଏନଫୋର୍ସମେଣ୍ଟ ନିର୍ଦେଶାଳୟ ଗୋଟିଏ କଳା ଡାଏରି ଜବତ କରିଛି। ୪୦ ପୃଷ୍ଠାର ଏହି କଳା ଡାଏରି ପଶ୍ଚିମବଙ୍ଗ ସରକାରଙ୍କ ବିଦ୍ୟାଳୟ ଓ ଉଚ୍ଚଶିକ୍ଷା ବିଭାଗର ନିଯୁକ୍ତି ସ୍କାମ୍ ସଂପର୍କରେ ଜଡ଼ିତ ଅନେକ ରହସ୍ୟ ଉନ୍ମୋଚନ କରିବ ବୋଲି ଇଡି ଅଧିକାରୀମାନେ କହିଛନ୍ତି।

ଟିଏମସି ନେତା ପାର୍ଥ ଚାଟାର୍ଜୀଙ୍କୁ ଶନିବାର ସକାଳେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଗିରଫ କରିଥିଲା ଶୁକ୍ରବାର ରାତିରେ ଟିଏମସି ମନ୍ତ୍ରୀଙ୍କ ଘନିଷ୍ଠ କୁହାଯାଉଥିବା ଅର୍ପିତା ମୁଖାର୍ଜୀଙ୍କ ଘନିଷ୍ଠ ସହଯୋଗୀଙ୍କ ଘରୁ ୨୦ କୋଟି ଟଙ୍କା ନଗଦ ଟଙ୍କା ଜବତ କରାଯାଇଥିଲା। ପରେ ଟିଏମସି ମନ୍ତ୍ରୀଙ୍କୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଥିଲା। ଗତକାଲି ଏମ୍‌ସରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଆଜି ସକାଳୁ ତାଙ୍କୁ ପୁଣି କୋଲକାତାକୁ ନିଆଯାଇଛି। ଉଭୟ ପାର୍ଥ ଓ ଅର୍ପିତା ୩ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରହିବେ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।

Leave A Reply

Your email address will not be published.