ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ଜାଲରେ ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ

0

କେନ୍ଦ୍ରାପଡ଼ା:ଆଉ ତିନି ଦିନ ପରେ ନେଇଥାଆନ୍ତେ ଅବସର। ହେଲେ ତା’ ପୂର୍ବରୁ ଲାଞ୍ଚ ନେଇ ଧରାପଡ଼ିଲେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ ସିଂହ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଶିକ୍ଷା ଅଧିକାରୀ। ଭିଜିଲାନ୍ସ ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ପଚରାଉଚରା କରିଛି।

ସୂଚନାଯୋଗ୍ୟ: ପଟ୍ଟମୁଣ୍ଡାଇ ନିମପୁର ସ୍କୁଲର ପିଅନ ସନ୍ତୋଷ କୁଣ୍ଡୁଙ୍କୁ ଡେରାବିଶ ବ୍ଲକ୍ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି କରିଦେବା ପାଇଁ ସଞ୍ଜୀବ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।  ଏନେଇ ସନ୍ତୋଷ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନ୍ସ ଟିମ୍ ସଞ୍ଜୀବ ଘରେ ଯୋଜନା ମୁତାବକ ଛକି ରହିଥିଲେ। ଆଜି ତିନିମୁହାଣୀ ଛକ ଏନ୍ଏଚ କଲୋନୀ ସ୍ଥିତ ଭଡ଼ା ଘରେ ସଞ୍ଜୀବ ସନ୍ତୋଷଙ୍କଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଡାତରେ ଧରା ପଡ଼ିଥିଲେ।

ଭିଜିଲାନ୍ସ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି। ପରେ ଭିଜିଲାନ୍ସ ଟିମ୍ ଶିକ୍ଷା ଅଧିକାରୀଙ୍କ ଭଡ଼ା ଘର ସମେତ କଟକ ସ୍ଥିତ ଘର ଓ ବାଲେଶ୍ୱର ସ୍ଥିତ ପୈତୃକ ଘରେ ଏକ କାଳୀନ ଭିଜିଲାନ୍ସ ଚଢାଉ କରିଥିବା ଜଣାଯାଇଛି। 

Leave A Reply

Your email address will not be published.