ପ୍ରମୁଖ ଖବର

ଦକ୍ଷିଣ ଆଣ୍ଡମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର ।
ଚଳିତ ମାସ ଶେଷ ସୁଦ୍ଧା ଯୋଡି ହେବ ଆଉ ୧୦୦ଟି ନୂଆ ୧୦୮ ଆମ୍ବୁଲାନ୍ସ
ମହାପ୍ରଭୁଙ୍କ ଅଧୀନକୁ ଆସିବ ଏମାର ମଠର ରୁପା ଇଟା
କୁହୁଡି ଯୋଗୁ ୩ ମାସ ପାଇଁ ବାତିଲ ହେଲା ୨୪ ଟ୍ରେନ
ଟ୍ରକକୁ ଧକ୍କା ଦେଲା ଆମ୍ବୁଲାନ୍ସ, ଜଣେ ମୃତ ଓ ୫ଗୁରୁତର

ମହଙ୍ଗା ହେବ ବ୍ୟାଙ୍କ ଋଣ

0

ନୂଆଦିଲ୍ଲୀ: ଆଗକୁ ମହଙ୍ଗା ହେବ ବ୍ୟାଙ୍କ ଋଣ । ଲଗାତାର ତୃତୀୟ ଥର ପାଇଁ ରେପୋ ରେଟରେ ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ । ଏଥର ରେପୋ ରେଟ୍ ୦.୫୦ ବୃଦ୍ଧିପାଇ ୫.୪୦ ପ୍ରତିଶତରେ ପହଞ୍ଚିଛି । ଦେଶରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏପରି କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ । ମେ’ଠାରୁ ଏଯାଏଁ ରେପୋ ରେଟ୍ ୧.୪୦ ପ୍ରତିଶତ ବଢିଛି ।

କୁହାଯାଉଛି ସରକାର ଓ ରିଜର୍ଭ ବ୍ୟାଙ୍କର ମିଳିତ ପ୍ରଚେଷ୍ଟାରେ ମହଙ୍ଗା ସମସ୍ୟା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । କେବଳ ଭାରତ ନୁହେଁ କରୋନା ପରେ ସାରା ବିଶ୍ୱରେ ଦରଦାମ ବୃଦ୍ଧି ଜନିତ ସମସ୍ୟା ଦେଖାଦେଇଛି । ବିଶ୍ୱର ବଡ ବଡ ଦେଶ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଏପରି ସ୍ଥିତିରେ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଆମେରିକା, ବ୍ରିଟେନ, ପରି ପାଶ୍ଚାତ୍ୟ ଦେଶ ନିଜ ନିଜ ବ୍ୟାଙ୍କ ଋଣ ଗୁଡିକ ଉପରେ ସୁଧ ହାରରେ ବୃଦ୍ଧି କରିଥିବା ଜଣାପଡିଛି ।

ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ ସହ ଅନ୍ୟ କିଛି ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଗୁଡିକ ମଧ୍ୟ ଆକ୍ରମଣାତ୍ମକ ଢଙ୍ଗରେ ନିଜ ନିଜ ରୋପୋ ରେଟ୍ ବଢାଇ ଚାଲିଛନ୍ତି । ଆମେରିକାରେ ଐତିହାସିକ ମହଙ୍ଗାମାଡ ମଧ୍ୟରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ମଧ୍ୟ ଚଳିତ ସପ୍ତାହରେ ରେକର୍ଡ ସ୍ତରୀୟ ରେପୋ ରେଟ୍ ବୃଦ୍ଧି କରିଛି । ୨୭ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଋଣ ଦରରେ ବୃଦ୍ଧି ହୋଇଛି ।

Leave A Reply

Your email address will not be published.