ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ମହଙ୍ଗା ହେବ ବ୍ୟାଙ୍କ ଋଣ

0

ନୂଆଦିଲ୍ଲୀ: ଆଗକୁ ମହଙ୍ଗା ହେବ ବ୍ୟାଙ୍କ ଋଣ । ଲଗାତାର ତୃତୀୟ ଥର ପାଇଁ ରେପୋ ରେଟରେ ବୃଦ୍ଧି କରିଛି ରିଜର୍ଭ ବ୍ୟାଙ୍କ । ଏଥର ରେପୋ ରେଟ୍ ୦.୫୦ ବୃଦ୍ଧିପାଇ ୫.୪୦ ପ୍ରତିଶତରେ ପହଞ୍ଚିଛି । ଦେଶରେ ଦରବୃଦ୍ଧିକୁ ନିୟନ୍ତ୍ରଣ କରିବାକୁ ଏପରି କରାଯାଉଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ । ମେ’ଠାରୁ ଏଯାଏଁ ରେପୋ ରେଟ୍ ୧.୪୦ ପ୍ରତିଶତ ବଢିଛି ।

କୁହାଯାଉଛି ସରକାର ଓ ରିଜର୍ଭ ବ୍ୟାଙ୍କର ମିଳିତ ପ୍ରଚେଷ୍ଟାରେ ମହଙ୍ଗା ସମସ୍ୟା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । କେବଳ ଭାରତ ନୁହେଁ କରୋନା ପରେ ସାରା ବିଶ୍ୱରେ ଦରଦାମ ବୃଦ୍ଧି ଜନିତ ସମସ୍ୟା ଦେଖାଦେଇଛି । ବିଶ୍ୱର ବଡ ବଡ ଦେଶ ଆର୍ଥିକ ସମସ୍ୟା ମଧ୍ୟ ଦେଇ ଗତି କରୁଛନ୍ତି । ଏପରି ସ୍ଥିତିରେ ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଆମେରିକା, ବ୍ରିଟେନ, ପରି ପାଶ୍ଚାତ୍ୟ ଦେଶ ନିଜ ନିଜ ବ୍ୟାଙ୍କ ଋଣ ଗୁଡିକ ଉପରେ ସୁଧ ହାରରେ ବୃଦ୍ଧି କରିଥିବା ଜଣାପଡିଛି ।

ଆମେରିକାର ସେଣ୍ଟ୍ରାଲ ବ୍ୟାଙ୍କ ଫେଡେରାଲ ରିଜର୍ଭ ସହ ଅନ୍ୟ କିଛି ଦେଶର ସେଣ୍ଟ୍ରାଲ ବ୍ୟାଙ୍କ ଗୁଡିକ ମଧ୍ୟ ଆକ୍ରମଣାତ୍ମକ ଢଙ୍ଗରେ ନିଜ ନିଜ ରୋପୋ ରେଟ୍ ବଢାଇ ଚାଲିଛନ୍ତି । ଆମେରିକାରେ ଐତିହାସିକ ମହଙ୍ଗାମାଡ ମଧ୍ୟରେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବଢାଇଛି । ବ୍ୟାଙ୍କ ଅଫ୍ ଇଂଲଣ୍ଡ ମଧ୍ୟ ଚଳିତ ସପ୍ତାହରେ ରେକର୍ଡ ସ୍ତରୀୟ ରେପୋ ରେଟ୍ ବୃଦ୍ଧି କରିଛି । ୨୭ ବର୍ଷ ମଧ୍ୟରେ ସବୁଠାରୁ ଅଧିକ ଋଣ ଦରରେ ବୃଦ୍ଧି ହୋଇଛି ।

Leave A Reply

Your email address will not be published.