ନୂଆଦିଲ୍ଲୀ : ଚଳିତମାସରେ ଏୟାରଟେଲ ୫ଜି ମୋବାଇଲ ଫୋନ ସେବା ଆରମ୍ଭ କରିବ। ଉକ୍ତ ସେବା ଆରମ୍ଭ ପାଇଁ କମ୍ପାନି ଏରିକ୍ସନ, ନୋକିଆ ଏବଂ ସାମସଙ୍ଗ ଭଳି ବିଶ୍ବସ୍ତରୀୟ କମ୍ପାନି ସହିତ ରାଜିନାମା ସ୍ବାକ୍ଷର କରିଛି। ଚଳିତମାସ ୧୫ ତାରିଖରେ ରିଲାଏନ୍ସ ଜିଓ ଇନଫୋକମ ଏହାର ସେବା ଆରମ୍ଭ କରିପାରେ ବୋଲି ପୂର୍ବରୁ ସଂକେତ ଦେଇଛି। ଯଦି ଏହା ହୁଏ ତାହେଲେ ଭାରତରେ ଏହି ଦୁଇ କମ୍ପାନି ଚଳିତମାସରୁ ହିଁ ଭାରତରେ ୫ଜି ମୋବାଇଲ ସେବା ପ୍ରଦାନ କରିବେ। ଏୟାରଟେଲ ଏମ୍ଡି ତଥା ସିଇଓ ଗୋପାଳ ବିଟ୍ଟଲଙ୍କ କହିବାନୁଯାୟୀ, ଦୁନିଆର ବଡ ଟେକ୍ନୋଲୋଜି ପାର୍ଟନର ସହିତ ମିଶି ଦେଶରେ ଗ୍ରାହକଙ୍କୁ ୫ଜି ସେବାର ସଂପୂର୍ଣ୍ଣ ଲାଭ ପ୍ରଦାନ କରାଯିବ।
ପ୍ରମୁଖ ଖବର
ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ