ନୂଆଦିଲ୍ଲୀ : ଚଳିତମାସରେ ଏୟାରଟେଲ ୫ଜି ମୋବାଇଲ ଫୋନ ସେବା ଆରମ୍ଭ କରିବ। ଉକ୍ତ ସେବା ଆରମ୍ଭ ପାଇଁ କମ୍ପାନି ଏରିକ୍ସନ, ନୋକିଆ ଏବଂ ସାମସଙ୍ଗ ଭଳି ବିଶ୍ବସ୍ତରୀୟ କମ୍ପାନି ସହିତ ରାଜିନାମା ସ୍ବାକ୍ଷର କରିଛି। ଚଳିତମାସ ୧୫ ତାରିଖରେ ରିଲାଏନ୍ସ ଜିଓ ଇନଫୋକମ ଏହାର ସେବା ଆରମ୍ଭ କରିପାରେ ବୋଲି ପୂର୍ବରୁ ସଂକେତ ଦେଇଛି। ଯଦି ଏହା ହୁଏ ତାହେଲେ ଭାରତରେ ଏହି ଦୁଇ କମ୍ପାନି ଚଳିତମାସରୁ ହିଁ ଭାରତରେ ୫ଜି ମୋବାଇଲ ସେବା ପ୍ରଦାନ କରିବେ। ଏୟାରଟେଲ ଏମ୍ଡି ତଥା ସିଇଓ ଗୋପାଳ ବିଟ୍ଟଲଙ୍କ କହିବାନୁଯାୟୀ, ଦୁନିଆର ବଡ ଟେକ୍ନୋଲୋଜି ପାର୍ଟନର ସହିତ ମିଶି ଦେଶରେ ଗ୍ରାହକଙ୍କୁ ୫ଜି ସେବାର ସଂପୂର୍ଣ୍ଣ ଲାଭ ପ୍ରଦାନ କରାଯିବ।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ