ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଗିରଫ ହେଲେ ଚର୍ଚ୍ଚିତ ମିଶ୍ର

0

ଭୁବନେଶ୍ୱର: ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଭୋର ସମୟରେ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ। ଚର୍ଚ୍ଚିତ ସିବିଆଇର ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ ହୋଇଥିଲା।ମେଡିକାଲ ଟେଷ୍ଟ ପରେ ସିବିଆଇ ଅଫିସକୁ ଫେରିବା ପରେ ଚର୍ଚ୍ଚିତଙ୍କୁ ଗିରଫ କରିଛି ସିବିଆଇ।

ସୂଚନାଥାଉକି; ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଶିଳ୍ପପତି ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରିଛି ସିବିଆଇ। ଏନେଇ ତାଙ୍କ ଓକିଲ ସୂଚନା ଦେଇଛନ୍ତି। ଆଜି ଭୋରୁ ଚର୍ଚ୍ଚିତ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇଥିଲେ। ସିବିଆଇ କାର୍ଯ୍ୟାଳୟରେ ହାଜର ହେବାପରେ ତାଙ୍କୁ ଅନେକ ପ୍ରଶ୍ନ ପଚରାଉଚରା କରାଯାଇଥିଲା। ଏହାପରେ ତାଙ୍କୁ ଗିରଫ କରାଯାଇ ସ୍ୱାସ୍ଥ୍ୟପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ପଠାଯାଇଥିଲା। ଚର୍ଚ୍ଚିତଙ୍କ ବୋନ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ ହୋଇଥିବାରୁ ତାଙ୍କ ପାଇଁ ଘର ଖାଇବା ଓ ମେଡିସିନ ଯୋଗାଇ ପାଇଁ କୋର୍ଟରେ ଆବେଦନ କରାଯିବ ବୋଲି ମହିମା ମିଶ୍ରଙ୍କ ଓକିଲ ଜୟଦୀପ ପାଲ୍ କହିଛନ୍ତି।

ସେ କହିଛନ୍ତି,ଗତ ୪ ତାରିଖରେ ପାରାଦୀପ ଅଫିସରେ ସିବିଆଇ ରେଡ୍‌ ସମୟରେ ଚର୍ଚ୍ଚିତ ମିଶ୍ର ସେଠାରେ ଉପସ୍ଥିତ ଥିଲେ। ପରେ ଚର୍ଚ୍ଚିତ ୩ ଟାବେଳେ ବୈବସାୟିକ କାମରେ ବାହାରକୁ ଯାଇଥିଲେ। ହେଲେ ସିବିଆଇ ତାଙ୍କୁ ପଚରାଉଚରା କରିବା ପାଇଁ ଡାକିବ ବୋଲି କିଛି ସୂଚନା ଦେଇନଥିଲା। ଗତକାଲି  ସନ୍ଧ୍ୟାବେଳେ ଏଫ୍‌ଆଇଆର  କପି ଦେଖିବା ପରେ ଅଭିଯୁକ୍ତ ତାଲିକାରେ ଚର୍ଚ୍ଚିତଙ୍କ ନାଁ ରହିଛି ବୋଲି ଆମେ ଦେଖିଥିଲୁ।  ଆଜି ଭୋରୁ ସିବିଆଇ କାର୍ଯ୍ୟାଳୟରେ ସେ  ହାଜର ହୋଇଥିଲେ। ତାଙ୍କର ଜାମିନ ପାଇଁ  ଆମେ କୋର୍ଟରେ ଆବେଦନ କରିବୁ।

୨୫ ଲକ୍ଷ ଟଙ୍କା ଲାଂଚ କାରବାର ମାମଲାର ତଦନ୍ତ କରୁଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗତକାଲି ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, କେସିଟି ଗ୍ରୁପର ମ୍ୟାନେଜର ପୋର୍ଟ ଅପରେସନ ଶଙ୍ଖ ଶୁଭ ମିତ୍ର, ଠିକାଦାର ସୁମନ୍ତ ରାଉତ ଏବଂ ଓଏସଏଲ ସଂସ୍ଥାର ଡିଜିଏମ ଅପରେସନ ସୂର୍ଯ୍ୟ ନାରାୟଣ ସାହୁଙ୍କୁ ସିବିଆଇ ଗିରଫ କରିଛି । ଚର୍ଚ୍ଚିତ ମିଶ୍ର ଗିରଫ ହେବା ପରେ  ପାରାଦୀପ ବନ୍ଦରରେ ହୋଇଥିବା ଲାଞ୍ଚ କାରବାର ମାମଲାରେ ଗିରଫଦାରୀ ସଂଖ୍ୟା ୫କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଗତକାଲି ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ବଡ଼ ପୁଅ ଚନ୍ଦନ ମିଶ୍ରଙ୍କୁ  ଦିନ୧୧ଟାରୁ ବାପପୁଅଙ୍କୁ ମାରାଥନ ଜେରା କରିଥିଲା ସିବିଆଇ। ଦୀର୍ଘ ୨୦ ଘଣ୍ଟାର ଜେରା ପରେ ଆଜି ଭୋରୁ ସିବିଆଇ ଅଫିସରୁ ବାହାରି ଥିଲେ ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ପୁଅ।

Leave A Reply

Your email address will not be published.