ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଶ୍ରୀଅଲାରନଥଙ୍କ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

0
  • ୫-ଟି ସଚିବଙ୍କ ଶ୍ରୀଅଲାରନାଥ ମନ୍ଦିର ପରିଦର୍ଶନ
  • ୧୫ ଦିନ ମଧ୍ୟରେ ବିକାଶ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ (୫-ଟି) ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ପୁରୀଠାରୁ ପ୍ରାୟ 20 କିଲୋମିଟର ଦୂରରେ ଥିବା ବ୍ରହ୍ମଗିରିର ପ୍ରସିଦ୍ଧ ପ୍ରଭୁ ଶ୍ରୀଅଲାରନାଥଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି।

ଶ୍ରୀ ପାଣ୍ଡିଆନ୍‌ ମହାପଭୁଙ୍କୁ ଦର୍ଶନ କରିବା ସହ ମନ୍ଦିରର ଉନ୍ନତି ପାଇଁ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ମନ୍ଦିରର ଉନ୍ନତି ଓ ଏହାର ଭିତ୍ତିଭୂମିର ବିକାଶ ପାଇଁ ଆଲୋଚନା କରିଛନ୍ତି। ସେବାୟତମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ୧୫ ଦିନ ମଧ୍ୟରେ ଏକ କମିଟି ଗଠନ କରି ମନ୍ଦିରର ସମସ୍ତ ସମସ୍ୟା ଓ ଉନ୍ନତି ପାଇଁ ଏକ ରିପୋର୍ଟ ପ୍ରସ୍ତୁତ  କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ୫ଟି ସଚିବଙ୍କ ଗସ୍ତ କାଳ‌ରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ପୂର୍ତ୍ତ ବିଭାଗ ଏବଂ ଓବିସିିସିର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ: ପ୍ରଭୁ ଶ୍ରୀଅଲାରନାଥ ଏକ ପ୍ରସିଦ୍ଧ ଧର୍ମପୀଠ। ସ୍ନାନଯାତ୍ରା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଏଠାରେ ୧୫ଦିନ ପୂଜାର୍ଚ୍ଚନା କରାଯାଇଥାଏ। କେବଳ ସେତିକି ନୁହେଁ ଶ୍ରୀଚୈତନ୍ୟ ଓ ରାମାନୁଜଚାର୍ଯ୍ୟାଙ୍କ ପାଇଁ ମଧ୍ୟ ଅତୀତରେ ଏହି ସ୍ଥାନଟି ସୁଖ୍ୟାତି ଅର୍ଜନ କରିଥିଲା। ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକମାନେ ମଧ୍ୟ ବୁଲିବାକୁ ଆସିଥାନ୍ତି।

Leave A Reply

Your email address will not be published.