ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କଟକ, ଭୁବନେଶ୍ବରରେ ଆଜି ବର୍ଷା ଛେଚିବ

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଉ ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ଏହାର ପ୍ରଭାବରେ ଆଜିଠାରୁ ବର୍ଷା ପରିମାଣ ବଢ଼ିଛି। ସବୁଠୁ ବେଶୀ ବିପଦ ଭୁବନେଶ୍ବର ଓ କଟକ ଦ୍ବୈତନଗରୀ ପ୍ରତି ରହିବ।

ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜି ଦିନତମାମ ଉଭୟ ସହରରେ ଭୀଷଣ ବର୍ଷା ହେବ। ଏପରିକି ଘଣ୍ଟା ପ୍ରତି ୨ରୁ ୩ ସେମି ଯାଏ ବର୍ଷା ହୋଇପାରେ। ଏହାଫଳରେ ସହରରେ କୁତ୍ରିମ ବନ୍ୟା ସୃଷ୍ଟି ହେବ ଓ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ। ସହରରେ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି।

ଆସନ୍ତାକାଲି ଅଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଭୀଷଣ ବର୍ଷା ହେବ। ଫଳରେ ବିଭିନ୍ନ ନଦୀର ଜଳପତ୍ତନ ବଢିପାରେ। ସେପଟେ ହୀରାକୁଦ ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ପାଇବା ଦେଖି ଜଳସଂପଦ ବିଭାଗ ହୀରାକୁଦର ପୁଣି ୪ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏବେ ୨୪ଟି ଗେଟ୍ ଦେଇ ଜଳନିଷ୍କାସନ ହେଉଛି। ୧୪ ତାରିଖ ସନ୍ଧ୍ୟାରୁ ମୁଣ୍ଡୁଳିରେ ବନ୍ୟା ଜଳ ଅତିକ୍ରମ କରିବ। ମହାନଦୀରେ ଗୋଟିଏ ମଧ୍ୟମ ଧରଣର ବନ୍ୟା ଦେଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

Leave A Reply

Your email address will not be published.