ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

କଟକ, ଭୁବନେଶ୍ବରରେ ଆଜି ବର୍ଷା ଛେଚିବ

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହେବାରେ ଲାଗିଛି। ଆଉ ୧୨ ଘଣ୍ଟା ମଧ୍ୟରେ ଏହା ଲଘୁଚାପର ରୂପ ନେଇପାରେ। ୧୪ ତାରିଖ ବେଳକୁ ଏହା ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେବ ବୋଲି ପାଣିପାଗ ବିଭାଗ ଆକଳନ କରୁଛି। ଏହାର ପ୍ରଭାବରେ ଆଜିଠାରୁ ବର୍ଷା ପରିମାଣ ବଢ଼ିଛି। ସବୁଠୁ ବେଶୀ ବିପଦ ଭୁବନେଶ୍ବର ଓ କଟକ ଦ୍ବୈତନଗରୀ ପ୍ରତି ରହିବ।

ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଯେ ଆଜି ଦିନତମାମ ଉଭୟ ସହରରେ ଭୀଷଣ ବର୍ଷା ହେବ। ଏପରିକି ଘଣ୍ଟା ପ୍ରତି ୨ରୁ ୩ ସେମି ଯାଏ ବର୍ଷା ହୋଇପାରେ। ଏହାଫଳରେ ସହରରେ କୁତ୍ରିମ ବନ୍ୟା ସୃଷ୍ଟି ହେବ ଓ ତଳିଆ ଅଞ୍ଚଳ ଜଳାର୍ଣ୍ଣବ ହୋଇପାରେ। ସହରରେ ଟ୍ରାଫିକ୍ ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ ବୋଲି କୁହାଯାଇଛି।

ଆସନ୍ତାକାଲି ଅଭ୍ୟନ୍ତରୀଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶାରେ ଭୀଷଣ ବର୍ଷା ହେବ। ଫଳରେ ବିଭିନ୍ନ ନଦୀର ଜଳପତ୍ତନ ବଢିପାରେ। ସେପଟେ ହୀରାକୁଦ ଉପରମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ପାଇବା ଦେଖି ଜଳସଂପଦ ବିଭାଗ ହୀରାକୁଦର ପୁଣି ୪ଗେଟ୍ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏବେ ୨୪ଟି ଗେଟ୍ ଦେଇ ଜଳନିଷ୍କାସନ ହେଉଛି। ୧୪ ତାରିଖ ସନ୍ଧ୍ୟାରୁ ମୁଣ୍ଡୁଳିରେ ବନ୍ୟା ଜଳ ଅତିକ୍ରମ କରିବ। ମହାନଦୀରେ ଗୋଟିଏ ମଧ୍ୟମ ଧରଣର ବନ୍ୟା ଦେଇପାରେ ବୋଲି ପୂର୍ବାନୁମାନ କରାଯାଉଛି।

Leave A Reply

Your email address will not be published.