ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ଫୁଲୁଛି ମହାନଦୀ, ବୈତରଣୀ, ଜଳକା

0

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି। ଆଉ ୧୪ ତାରିଖ ବେଳକୁ ଲଘୁଚାପ ଅବପାତର ରୂପ ନେଇପାରେ। ତେବେ ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ଏପଟେ ଲାଗି ରହିଥିବା ବର୍ଷା କାରଣରୁ ବିଭିନ୍ନ ନଦୀର ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ତଥ୍ୟ ମୁତାବକ, ଜଳକା ନଦୀ ମଥାନୀ ଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଏଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ଜଳପତ୍ତନ ୬.୦୨ ମିଟର ରହିଛି ଓ ବଢିବାରେ ଲାଗିଛି। ସେହିଭଳି ବୈତରଣୀ ନଦୀ ଫୁଲୁଛି। ଆଖୁିଆପଦାଠାରେ ନଦୀ ବିପଦ ସଙ୍କେତ ପାଖାପାଖି ପ୍ରବାହିତ ହେଉଛ ଓ ବଢ଼ୁଛି। ଏଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ନଦୀ ୧୭.୬୯ ମିଟରରେ ପ୍ରବାହିତ ହେଉଛି।

ଅନ୍ୟପକ୍ଷରେ ହୀରାକୁଦରେ ଜଳପତ୍ତନ ବୃଦ୍ଧି ପାଇବାରେ ଲାଗିଛି। ଆଜି ସକାଳ ୯ଟା ସୁଦ୍ଧା ହୀରାକୁଦରେ ଜଳପତ୍ତନ ୬୧୬.୯୧ ଫୁଟ ରହିଛି ଓ ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୪ଲକ୍ଷ ୩୫ ହଜାର ୩୦୩ କ୍ୟୁସେକ୍ ଜଳ ପ୍ରବେଶ କରୁଛି। ସମାନ ସମୟରେ ୨୪ଟି ଗେଟ୍ ଦେଇ ୩ଲକ୍ଷ ୪୯ ହଜାର ୪୯୮ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି। ସର୍ବଶେଷ ସୂଚନା ଅନୁସାରେ, ଖଇରମାଳ ଠାରେ ସେକେଣ୍ଡ ପ୍ରତି ୫ଲକ୍ଷ ୨୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳରେ ଏହା ୩ଲକ୍ଷ ୫୬ ହଜାର ୮୭୫ ରହିଛି। ମୁଣ୍ଡୁଳି ଠାରେ ଜଳପତ୍ତନ ସେକେଣ୍ଡ ପ୍ରତି ୨ଲକ୍ଷ ୭୮ ହଜାର ୭୦୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି।

Leave A Reply

Your email address will not be published.