ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଅଡ଼ୁଆରେ ଫସିଲେ ଦିଲ୍ଲୀର ଆପ ସରକାର

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅତି ପାଖ ଲୋକ କୁହାଯାଉଥିବା ମନିଷ ସିଶୋଦିଆ ଏବେ ସିବିଆଇ ଜାଲରେ। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ବାସଭବନରେ ସିବିଆଇ ରେଡ୍‌ କରିଛି। ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିବା ସୂଚନା ମିଳିଛି। ସେହିପରି ଏହି ପଲିସି ଲିଙ୍କରେ ରାଜଧାନୀ ଦିଲ୍ଲୀରେ ୨୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ତେବେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଟ୍ୱିଟ୍‌ କରିଛନ୍ତି ସିଶୋଦିଆ। ଏଥିସହ ଆମେ ସିବିଆଇକୁ ସହଯୋଗୁ କରୁଛୁ ବୋଲି ସେ କହିଛନ୍ତି।  କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ଅନିୟମିତା ସାମ୍ନାକୁ ଆସିଥିଲା।

ଏହି ଘଟଣାରେ  ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିସନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି। ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଉକ୍ତ ଅଧିକାରୀମାନେ ଅତି ସାଂଘାତିକ ତ୍ରୁଟି କରିବାରୁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଡିଏଭି (ଡାଇରେକ୍ଟୋରେଟ ଅଫ ଭିଜିଲାନ୍ସ)ର ତଦନ୍ତ ରିପୋର୍ଟ ଆଧାରରେ ସାକ୍ସେନାଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ଥିଲା।

ଦିଲ୍ଲୀ ଏଲ୍‌ଜି ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ୨୦୨୧ ନଭେମ୍ବର ୧୭ରେ କାର୍ଯ୍ୟକାରୀ ହୋଇଥିବା ଏହି ନୀତି ଆଧାରରେ ଘରୋଇ ଫାର୍ମଗୁଡ଼ିକୁ ୮୪୯ ଲିକର ବିକ୍ରି ପାଇଁ ରିଟେଲ ଲାଇସେନ୍ସ ମିଳିଥିଲା। ଏହି ନୀତିକୁ ଏବେ ଆପ୍‌ ସରକାର ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ  ଅବକାରୀ ନୀତିରେ ବିଭ୍ରାଟ ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପୂର୍ବ ଏଲ୍‌ଜିଙ୍କ ନିଷ୍ପତ୍ତିକୁ ଦାୟୀ କରିଥିଲେ।

Leave A Reply

Your email address will not be published.