ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଅଡ଼ୁଆରେ ଫସିଲେ ଦିଲ୍ଲୀର ଆପ ସରକାର

0

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅତି ପାଖ ଲୋକ କୁହାଯାଉଥିବା ମନିଷ ସିଶୋଦିଆ ଏବେ ସିବିଆଇ ଜାଲରେ। ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ବାସଭବନରେ ସିବିଆଇ ରେଡ୍‌ କରିଛି। ଅବକାରୀ ପଲିସିକୁ ନେଇ ସିବିଆଇ ରେଡ କରିଥିବା ସୂଚନା ମିଳିଛି। ସେହିପରି ଏହି ପଲିସି ଲିଙ୍କରେ ରାଜଧାନୀ ଦିଲ୍ଲୀରେ ୨୦ଟି ସ୍ଥାନରେ ଚଢ଼ଉ କରିଛି ସିବିଆଇ। ତେବେ ସମସ୍ତ ଅଭିଯୋଗକୁ ଭିତ୍ତିହୀନ କହି ଟ୍ୱିଟ୍‌ କରିଛନ୍ତି ସିଶୋଦିଆ। ଏଥିସହ ଆମେ ସିବିଆଇକୁ ସହଯୋଗୁ କରୁଛୁ ବୋଲି ସେ କହିଛନ୍ତି।  କିଛି ଦିନ ପୂର୍ବେ ଅବକାରୀ ନୀତି ୨୦୨୧-୨୨ କାର୍ଯ୍ୟକାରୀ ହେବାରେ ସାଂଘାତିକ ଅନିୟମିତା ସାମ୍ନାକୁ ଆସିଥିଲା।

ଏହି ଘଟଣାରେ  ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ୧୧ ଅଧିକାରୀଙ୍କୁ ନିଲମ୍ବନ କରିଥିଲେ। ତତ୍କାଳୀନ ଦିଲ୍ଲୀ ଅବକାରୀ କମିସନର ଆରବ ଗୋପି କ୍ରୀଷ୍ଣ ଏବଂ ଉପ ଅବକାରୀ କମିସନର ଆନନ୍ଦ କୁମାର ତିୱାରୀଙ୍କ ସମେତ ୧୧ ଜଣ ନିଲମ୍ବନ ହୋଇଛନ୍ତି। ଅବକାରୀ ନୀତି କାର୍ଯ୍ୟକାରୀ କରିବାରେ ଉକ୍ତ ଅଧିକାରୀମାନେ ଅତି ସାଂଘାତିକ ତ୍ରୁଟି କରିବାରୁ ଦିଲ୍ଲୀ ଉପରାଜ୍ୟପାଳ ସେମାନଙ୍କୁ ନିଲମ୍ବନ କରିଛନ୍ତି। ଡିଏଭି (ଡାଇରେକ୍ଟୋରେଟ ଅଫ ଭିଜିଲାନ୍ସ)ର ତଦନ୍ତ ରିପୋର୍ଟ ଆଧାରରେ ସାକ୍ସେନାଙ୍କ ଦ୍ୱାରା ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇ ଥିଲା।

ଦିଲ୍ଲୀ ଏଲ୍‌ଜି ଏହି ମାମଲାରେ ପୂର୍ବରୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଥିଲେ । ୨୦୨୧ ନଭେମ୍ବର ୧୭ରେ କାର୍ଯ୍ୟକାରୀ ହୋଇଥିବା ଏହି ନୀତି ଆଧାରରେ ଘରୋଇ ଫାର୍ମଗୁଡ଼ିକୁ ୮୪୯ ଲିକର ବିକ୍ରି ପାଇଁ ରିଟେଲ ଲାଇସେନ୍ସ ମିଳିଥିଲା। ଏହି ନୀତିକୁ ଏବେ ଆପ୍‌ ସରକାର ପ୍ରତ୍ୟାହାର କରିନେଇଛନ୍ତି। କିନ୍ତୁ  ଅବକାରୀ ନୀତିରେ ବିଭ୍ରାଟ ପାଇଁ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ପୂର୍ବ ଏଲ୍‌ଜିଙ୍କ ନିଷ୍ପତ୍ତିକୁ ଦାୟୀ କରିଥିଲେ।

Leave A Reply

Your email address will not be published.