ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ବଜ୍ରପାତରେ ୧୦ ଛାତ୍ରଛାତ୍ରୀ ଆହତ

0

ଦେବଗଡ଼: ଶ୍ରେଣୀ ଗୃହରେ ପାଠ ପଢ଼ା ଚାଲୁଥିବା ବେଳେ ବିଜୁଳି ମାଡରେ ୧୦ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏପରି ଦୁଃଖଦ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଅନ୍ତର୍ଗତ ପୁଟୁରାପଶି ୟୁପି ସ୍କୁଲରେ।

ଛାତ୍ରଛାତ୍ରୀମାନଙ୍କୁ  ପ୍ରଥମେ ଡାକ୍ତରଖାନାକୁ ନିଆଯାଇ ନଥିଲା। ସ୍କୁଲରେ ସେମାନଙ୍କର ପ୍ରାଥମିକ ଚିକିତ୍ସା କରଯାଇଥିଲା। ୩ଜଣ ଛାତ୍ରଛାତ୍ରୀ ପ୍ରାଥମିକ ଚିକିତ୍ସାପରେ ସୁସ୍ଥ ହୋଇଥିବା ବେଳେ ୭ଜଣ ଅବସ୍ଥା ଗୁରୁତର ଥିଲା। ସେମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ  ନିଆଯାଇଛି। କେତେକ ଛାତ୍ରଛାତ୍ରୀଙ୍କ ହାତ ଓ ଗୋଡ଼ ଠିକ୍‌ରେ କାମ କରୁନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଆଜି ସ୍କୁଲରେ ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ ଗୋଟିଏ ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ। ହଠାତ୍ ବଜ୍ରପାତ ହୋଇଥିଲା। ବଜ୍ରପାତରେ ୧୦ରୁ ଅଧିକ ଛାତ୍ରଛାତ୍ରୀ ଗୁରୁତର ହୋଇ ପଡ଼ିଥିଲେ। ବଜ୍ରପାତରେ ଶ୍ରେଣୀ ଗୃହର ଲାଇଟ୍‌ ଓ ଫ୍ୟାନ ମଧ୍ୟ ପୋଡ଼ିଯାଇଥିଲା। ଏହାସହ ସ୍କୁଲ ଘର ଛାତ କଣା ହୋଇଯାଇଥିଲା। ୧୫ରୁ ଅଧିକ ଜଣ ଛାତ୍ରଛାତ୍ରୀ  ସେହି ଶ୍ରେଣୀଗୃହରେ ବସି ପାଠ ପଢ଼ୁଥିଲେ।

Leave A Reply

Your email address will not be published.