ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବନ୍ୟା ଭିତରେ ବଡ ବର୍ଷା ସହ ପବନ

0

ଭୁବନେଶ୍ବର: ଉତ୍ତର-ପୂର୍ବ ବଙ୍ଗୋପସାଗର ଓ ବାଂଲାଦେଶ ଉପକୂଳ ରେ ଥିବା ସଦୃଶ ଲଘୁଚାପ କ୍ଷେତ୍ର ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଆଖପାଖ ଅଞ୍ଚଳ ରେ କେନ୍ଦ୍ରୀଭୂତ ରହିଛି। ଏହି କ୍ଷେତ୍ର ଖୁବ୍ ଶୀଘ୍ର ଏକ ଅବପାତ ରେ ପରିଣତ ହେବ। ସାମୁଦ୍ରିକ ବାତାବରଣ ଓ ବାୟୁମଣ୍ଡଳ ଅବସ୍ଥା ଏହି କ୍ଷେତ୍ର କୁ ଅଧିକ ଘନୀଭୂତ କରିବାରେ ସହାୟକ ହେଉଛି।

କିଛି ମଡେଲ ଙ୍କ ଆକଳନ ଅନୁସାରେ ଏହି କ୍ଷେତ୍ର ଅଧିକ ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇପାରେ। ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆଜି ସନ୍ଧ୍ୟା ବେଳକୁ ଉତ୍ତର ଓଡ଼ିଶା – ପଶ୍ଚିମବଙ୍ଗ ଦେଇ ଗତି କରିବାର ସମ୍ଭାବନା ରହିଛି। ପ୍ରଭାବ ରେ ଆଜି ଓଡ଼ିଶା ରେ ବର୍ଷା ର ପରିମାଣ ବୃଦ୍ଧି ଓ ବିସ୍ତୃତି ହେବା ସହ ଉତ୍ତର, ଉତ୍ତର- ଆଭ୍ୟନ୍ତର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା, ଉପକୂଳ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ଉତ୍ତର ବଙ୍ଗୋପସାଗର ରେ ଡିପ୍ରେଶନ୍ ସକ୍ରିୟ ରହିଛି। ଏହି କ୍ଷେତ୍ର ଆସନ୍ତା ୬ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଡିପ୍ ଡିପ୍ରେଶନ୍ ରେ ପରିଣତ ହୋଇ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଆଜି ସନ୍ଧ୍ୟା ପରେ ବାଲେଶ୍ଵର ଓ ସାଗର ଦୀପ ମଧ୍ୟରେ ଅତିକ୍ରମ କରିବା । ଏହି କ୍ଷେତ୍ର ପରବର୍ତ୍ତୀ ସମୟରେ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହୋଇ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଉତ୍ତର ଛତିଶଗଡ଼ ଦେଇ ଗତି କରିବ। ପ୍ରଭାବ ରେ ଆଜି ଉତ୍ତର, ଉତ୍ତର ଆଭ୍ୟନ୍ତର ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା କିଛି ଅଞ୍ଚଳ ରେ ଅତ୍ୟନ୍ତ ପ୍ରବଳ ବର୍ଷା (୨୦ସେମି+) ବର୍ଷା ସମ୍ଭାବନା ରହିଛି। ଉପକୂଳ ଓଡ଼ିଶା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ ପବନ ର ବେଗ ଘଣ୍ଟା ପ୍ରତି ୫୦-୬୦କିମି ରହିବା ସମ୍ଭାବନା ରହିଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.