ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଭାରୀ ବର୍ଷା

0

ଭୁବନେଶ୍ବର: ଆଜି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟା ଭିତରେ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହେବ। କ୍ରମଶଃ ଓଡିଶା ସଲଗ୍ନ ପଶ୍ଚିମ ବଙ୍ଗ ଉପକୂଳକୁ ମୁହାଁଇବ। ୧୯ ରେ ଓଡିଶା ସ୍ଥଳଭାଗ ଉପରେ ରହିବ, ୨୦ ତାରିଖରେ ଛତିଶଗଡ ଦେଇ ୨୧ ରେ ମଧ୍ୟପ୍ରଦେଶ ଉପରେ ରହିବାର ସମ୍ଭାବନା ଅଛି। ପ୍ରାୟତଃ ପଶ୍ଚିମ ଦିଗରେ ୨ ଦିନ ଗତି କଲା ପରେ ଉତ୍ତର-ପଶ୍ଚିମ ଆଡକୁ ମୁହାଁଇବ। ସମ୍ଭବତଃ ୧୩ ତାରିଖ ଲଘୁଚାପ ଅପେକ୍ଷା, କମ୍ ବର୍ଷା ହେବ।

କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,କେନ୍ଦୁଝର,ମୟୁରଭଞ୍ଜ,ଢ଼େଙ୍କାନାଳ,ଦେବଗଡ,ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଭାରୀ ବର୍ଷା ହେବ। ୧୯ ରେ ଉପକୂଳରେ ଏବଂ ୨୦ ରେ କେନ୍ଦ୍ର୍ରୀୟ ଉତ୍ତର ଓ ପଶ୍ଚିମ ଓଡିଶାରେ ବର୍ଷା ହେବ। ୨୧ ରେ ଓଡିଶାର ଅଧିକାଂଶ ଅଞ୍ଚଳରେ ଶୁଖିଲା ବା ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଛତିଶଗଡ ଓ ସଂଲଗ୍ନ ଓଡିଶାରେ ଭାରୀ ବର୍ଷା ହେବ।

ଆକଳନ କରାଯାଉଛି ଯେ ଏହି ଲଘୁଚାପର ପ୍ରଭାବରେ ପଟ୍ଟାମୁଣ୍ଡାଇ ୧୦୦ ମିମି, ଭଦ୍ରକ ୧୨୫ ମିମି, ଦେବଗଡ ୧୧୫ ମିମି, କେନ୍ଦୁଝର ୧୦୦ ମିମି, ଆନନ୍ଦପୁର ୧୧୦ ମିମି,ସମ୍ବଲପୁର,ବରଗଡ,ଝାରସୁଗୁଡା ୧୦୦ ରୁ ୧୧୫ ମିମି ବର୍ଷା ହୋଇପାରେ। ଛତିଶଗଡରେ ଥିବା ମହାନଦୀ ଅବବାହିକା ଉଭୟ ଦକ୍ଷିଣ-ଉତ୍ତରରେ ଭାରୀ ବର୍ଷା ହେବ। ଆସନ୍ତା ୨୧ ସୁଦ୍ଧା ଚନ୍ଦ୍ରପୁର, ସିଓ ନାରାୟଣ,ବିଳାସପୁରରେ ପ୍ରାୟ ୧୦୦ ମିମି ହେବା ବେଳେ ରାୟପୁର,ସିରପୁର ଓ ନନ୍ଦାଘାଟରେ ଅଧିକ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.