ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ଅବବାହିକାରେ ଭାରୀ ବର୍ଷା

0

ଭୁବନେଶ୍ବର: ଆଜି ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି। ୨୪ ଘଣ୍ଟା ଭିତରେ ଏହା ଘନିଭୂତ ହୋଇ ଅବପାତରେ ପରିଣତ ହେବ। କ୍ରମଶଃ ଓଡିଶା ସଲଗ୍ନ ପଶ୍ଚିମ ବଙ୍ଗ ଉପକୂଳକୁ ମୁହାଁଇବ। ୧୯ ରେ ଓଡିଶା ସ୍ଥଳଭାଗ ଉପରେ ରହିବ, ୨୦ ତାରିଖରେ ଛତିଶଗଡ ଦେଇ ୨୧ ରେ ମଧ୍ୟପ୍ରଦେଶ ଉପରେ ରହିବାର ସମ୍ଭାବନା ଅଛି। ପ୍ରାୟତଃ ପଶ୍ଚିମ ଦିଗରେ ୨ ଦିନ ଗତି କଲା ପରେ ଉତ୍ତର-ପଶ୍ଚିମ ଆଡକୁ ମୁହାଁଇବ। ସମ୍ଭବତଃ ୧୩ ତାରିଖ ଲଘୁଚାପ ଅପେକ୍ଷା, କମ୍ ବର୍ଷା ହେବ।

କେନ୍ଦ୍ରାପଡା,ଯାଜପୁର,ଭଦ୍ରକ,କେନ୍ଦୁଝର,ମୟୁରଭଞ୍ଜ,ଢ଼େଙ୍କାନାଳ,ଦେବଗଡ,ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର ଓ ବରଗଡ ଜିଲ୍ଲାରେ ଭାରୀ ବର୍ଷା ହେବ। ୧୯ ରେ ଉପକୂଳରେ ଏବଂ ୨୦ ରେ କେନ୍ଦ୍ର୍ରୀୟ ଉତ୍ତର ଓ ପଶ୍ଚିମ ଓଡିଶାରେ ବର୍ଷା ହେବ। ୨୧ ରେ ଓଡିଶାର ଅଧିକାଂଶ ଅଞ୍ଚଳରେ ଶୁଖିଲା ବା ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଛତିଶଗଡ ଓ ସଂଲଗ୍ନ ଓଡିଶାରେ ଭାରୀ ବର୍ଷା ହେବ।

ଆକଳନ କରାଯାଉଛି ଯେ ଏହି ଲଘୁଚାପର ପ୍ରଭାବରେ ପଟ୍ଟାମୁଣ୍ଡାଇ ୧୦୦ ମିମି, ଭଦ୍ରକ ୧୨୫ ମିମି, ଦେବଗଡ ୧୧୫ ମିମି, କେନ୍ଦୁଝର ୧୦୦ ମିମି, ଆନନ୍ଦପୁର ୧୧୦ ମିମି,ସମ୍ବଲପୁର,ବରଗଡ,ଝାରସୁଗୁଡା ୧୦୦ ରୁ ୧୧୫ ମିମି ବର୍ଷା ହୋଇପାରେ। ଛତିଶଗଡରେ ଥିବା ମହାନଦୀ ଅବବାହିକା ଉଭୟ ଦକ୍ଷିଣ-ଉତ୍ତରରେ ଭାରୀ ବର୍ଷା ହେବ। ଆସନ୍ତା ୨୧ ସୁଦ୍ଧା ଚନ୍ଦ୍ରପୁର, ସିଓ ନାରାୟଣ,ବିଳାସପୁରରେ ପ୍ରାୟ ୧୦୦ ମିମି ହେବା ବେଳେ ରାୟପୁର,ସିରପୁର ଓ ନନ୍ଦାଘାଟରେ ଅଧିକ ବର୍ଷା ହୋଇପାରେ। ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.