ପ୍ରମୁଖ ଖବର

ପୁତୁରାଙ୍କୁ ପୁଣି ବିଦା କଲେ ମାୟାବତୀ, ଦଳର ଜାତୀୟ ସଂଯୋଜକ ପଦବିରୁ ବିଦା ହେଲେ ଆକାଶ ଆନନ୍ଦ
ରୋହିତ ଶର୍ମାଙ୍କୁ ‘ମୋଟା’ କହି ଫସିଲେ କଂଗ୍ରେସ ନେତ୍ରୀ ଶମା ମହମ୍ମଦ
ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ ଓ ଷ୍ଟୁଡିଓ ମାଲିକ
ଗିରଫ ହେଲେ ଆଇଆଇଟି ବାବା ଅଭୟ ସିଂ,ପାଖରୁ ମିଳିଲା ଗଞ୍ଜେଇ
ମୁଖ୍ୟମନ୍ତ୍ରୀଙ୍କ ନୂଆ ଓଏସଡି ହେଲେ କୌଶିକ ପଟ୍ଟନାୟକ
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ପାଇଁ ଆସିବ ଗାଇଡ୍‌ଲାଇନ
ହାଇଓ୍ୱେ କଡରେ ରହିବନି ମଦ ଦୋକାନ । ଇ-ରିକ୍ସା ଡ୍ରାଇଭରଙ୍କ ଯାଞ୍ଚ ଜରୁରୀ । ଯୋଗୀ ଜାରି କଲେ ନୂଆ ଆଦେଶ
ଅନାସ୍ଥାଭୋଟରେ ପଦ ହରାଇଲେ ଝାରସୁଗୁଡ଼ା ବ୍ରଜରାଜନଗର ପୌରାଧ୍ୟକ୍ଷା
ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି

ଔଷଧ ତାଲିକାରୁ ବାଦ୍‌ ପଡିଲା ୨୬ଟି ଔଷଧ

0

ନୂଆଦିଲ୍ଲୀ: କ୍ୟାନ୍‌ସର ଭଳି ରୋଗକୁ ଏଡାଇବା ପାଇଁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍‌କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍‌ଟାକ୍‌ ମେଡିସିନ୍‌ ମଧ୍ୟ ବାଦ୍‌ ପଡିଛି। ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ଜାରି କରାଯାଇଛି। ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ଏଥିରୁ ବାଦ୍‌ ଦିଆଯାଇଛି।

ଉଲ୍ଲେଖନୀୟ ଯେ, କର୍କଟ ରୋଗ ସମ୍ବନ୍ଧୀୟ ବିପଦ ଥିବା ଜଣାପଡିବା ପରେ ରାଣ୍ଟିଡାଇନ୍‌କୁ ନେଇ ସାରା ବିଶ୍ୱରେ ଯାଞ୍ଚ ଚାଲିଛି। ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଏମ୍ସ ସହିତ ଆଲୋଚନା କରି ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ଦେବାକୁ ଯୋଜନା କରିଥିଲେ। ୬ବର୍ଷ ପରେ ଅତ୍ୟାବଶ୍ୟକ ଔଷଧର ଏକ ନୂତନ ତାଲିକା ଜାରି କରାଯାଇଛି। ୨୦୧୫ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବର୍ତ୍ତମାନ ୨୦୨୨ରେ ଜାତୀୟ ଅତ୍ୟାବଶ୍ୟକ ଔଷଧ ତାଲିକା (ନ୍ୟାସନାଲ୍ ଏସେନସିଆଲ୍ ମେଡିସିନ୍ ଲିଷ୍ଟ) ଜାରି କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ୭ ବର୍ଷ ପରେ ୨୦୨୨ରେ ନୂତନ ନବୀକୃତ ନ୍ୟାସନାଲ୍ ଏସେନସିଆଲ୍ ମେଡିସିନ୍ ଲିଷ୍ଟ (ଏନଇଏଲଏମ୍) ଜାରି କରାଯାଇଛି। ଏନଇଏଲଏମରେ ଔଷଧକୁ ସାମିଲ କରିବା ଏକ ଲମ୍ବା ପ୍ରକ୍ରିୟା ହୋଇଥାଏ। ଏଥିପାଇଁ ୩୫୦ବିଶେଷଜ୍ଞଙ୍କ ସାହାଯ୍ୟ ଏବଂ ୧୪୦ ଥର ପରାମର୍ଶ ନିଆଯିବା ପରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହି ତାଲିକାରେ ଲୋକଙ୍କ ସୁରକ୍ଷା, ସୁଲଭ ମୂଲ୍ୟ ଏବଂ ଉପଲବ୍ଧତା ଅନୁଯାୟୀ ଔଷଧକୁ ସାମିଲ କରାଯାଇଛି।

ତେବେ କେନ୍ଦ୍ର ସରକାର ଅତି କମରେ ୨୬ଟି ଔଷଧକୁ ‘ଅତ୍ୟାବଶ୍ୟକ’ ତାଲିକାରୁ ହଟାଇ ଦେଇଥିବା ଜଣାପଡ଼ିଛି। ଏନଇଏଲଏମରେ ୨୭ବର୍ଗର ୩୮୪ ଔଷଧ ଅନ୍ତର୍ଭୁକ୍ତ ହୋଇଛି । ତେବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇ ନଥିବା ଔଷଧଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ରାନିଟିଡିନ୍। ଏସିଡିଟି ଏବଂ ପେଟ ସମ୍ବନ୍ଧୀୟ ଅନ୍ୟ ସମସ୍ୟା ପାଇଁ ରାନିଟିଡିନ୍ ବ୍ୟବହାର କରାଯାଇଥାଏ। ଏହି ସମାନ ଔଷଧ ବିଭିନ୍ନ ବ୍ରାଣ୍ଡନାମରେ ବିକ୍ରି ହୁଏ ଯେପରିକି ରାଣ୍ଟାକ, ଜିନେଟାକ୍ ଏବଂ ଆକିଲୋକ ଇତ୍ୟାଦି। ଏହି ଔଷଧ ଖାଇବା ଦ୍ବାରା କର୍କଟ ରୋଗ ହେବାର ଆଶଙ୍କା ଥିବାରୁ ବର୍ତ୍ତମାନ ଏନଇଏଲଏମରୁ ଏହାକୁ ହଟାଇ ଦିଆଯାଇଛି। ରାନିଟିଡିନ ସହ ସଂଶୋଧିତ ତାଲିକାରୁ ସୁକ୍ରାଲଫେଟ୍, ହ୍ବାଇଟ ପେଟ୍ରୋଲେଟମ୍, ଏଟେନୋଲଲ୍ ଏବଂ ମେଥିଲ୍ଡୋପାକୁ ହଟାଯାଇଛି। ବଜାର ମୂଲ୍ୟ ଏବଂ ଉନ୍ନତ ଔଷଧର ଉପଲବ୍ଧତାକୁ ଆଧାର କରି ଏହି ଔଷଧଗୁଡିକୁ ତାଲିକାରୁ ହଟାଇ ଦିଆଯାଇଛି।

Leave A Reply

Your email address will not be published.