ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ଓଡିଆ ଦମ୍ପତି ମୃତ

0

ହାଇଦ୍ରାବାଦ; ସିକନ୍ଦରାବାଦ ଠାରେ ସୋମବାର ରାତିରେ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତି  ମଧ୍ୟ ଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ ବାଇକ ଶୋ’ ରୁମ ଉପରେ ଥିବା ଏକ ଲଜରେ ରହିଥିଲେ ୨ଜଣ ଓଡ଼ିଆ । ଏହି ଅଗ୍ନିକାଣ୍ଡରେ ଏମାନଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ କଟକ ସତିଚଉରା ଅଂଚଳର ଦମ୍ପତି ଚନ୍ଦନ ଜେଠୀ ଓ ପତ୍ନୀ ମିତାଲୀ ଜେଠୀ । ଚନ୍ଦନ ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ ଚାକିରୀ କରୁଥିଲେ । ତାଙ୍କ ପତ୍ନି ମିତାଲୀ ଏକ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ । ସେଠାରେ ଉଭୟ ଏହି ହୋଟେଲରେ ରହୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲା । ମୃତଦେହ ଆଣିବା ପାଇଁ ଚନ୍ଦନଙ୍କ ଭାଇ ସିକନ୍ଦରାବାଦ ଯାଇଛନ୍ତି । ଦୁଇ ବର୍ଷ ପୂର୍ବେ ଚନ୍ଦନ ଓ ମିତାଲୀଙ୍କ ବିବାହ ହୋଇଥିଲା ।

ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ଜଣେ କର୍ମଚାରୀଙ୍କ କହିବା ମୁତାବକ, କୋଠାର ତଳ ମହଲାରେ ଏକ ଇଲେକ୍ଟ୍ରିକ ଗାଡ଼ି ସୋ’ରୁମ ଥିଲା। ଅଧିକ ତାପମାତ୍ରା ଯୋଗୁଁ ହଠାତ୍ ସୋ’ ରୁମ୍‌ରେ ଥିବା ଗାଡିଗୁଡିକର ବ୍ୟାଟେରି ଫାଟି ଯାଇଥିଲା । ଏହି କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଧୀରେ ଧୀରେ ଚାରିଆଡକୁ ବ୍ୟାପିଥିଲା । ଏହାପରେ ପୁରା କୋଠାଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଧୂଆଁରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.