ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ସିକନ୍ଦରାବାଦ ଅଗ୍ନିକାଣ୍ଡ ଘଟଣାରେ ଓଡିଆ ଦମ୍ପତି ମୃତ

0

ହାଇଦ୍ରାବାଦ; ସିକନ୍ଦରାବାଦ ଠାରେ ସୋମବାର ରାତିରେ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ’ ରୁମ୍‌ରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ମୃତକଙ୍କ ମଧ୍ୟରେ ଓଡ଼ିଆ ଦଂପତି  ମଧ୍ୟ ଥିବା ନେଇ ସୂଚନା ମିଳିଛି।

ସୂଚନା ଅନୁସାରେ ବାଇକ ଶୋ’ ରୁମ ଉପରେ ଥିବା ଏକ ଲଜରେ ରହିଥିଲେ ୨ଜଣ ଓଡ଼ିଆ । ଏହି ଅଗ୍ନିକାଣ୍ଡରେ ଏମାନଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଜଣ ହେଲେ କଟକ ସତିଚଉରା ଅଂଚଳର ଦମ୍ପତି ଚନ୍ଦନ ଜେଠୀ ଓ ପତ୍ନୀ ମିତାଲୀ ଜେଠୀ । ଚନ୍ଦନ ହାଇଦ୍ରାବାଦର ଏକ ଆଇଟି କମ୍ପାନୀରେ ଚାକିରୀ କରୁଥିଲେ । ତାଙ୍କ ପତ୍ନି ମିତାଲୀ ଏକ ଟ୍ରେନିଂ ପାଇଁ ସିକନ୍ଦରାବାଦ ଆସିଥିଲେ । ସେଠାରେ ଉଭୟ ଏହି ହୋଟେଲରେ ରହୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରିବା ପରେ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲା । ମୃତଦେହ ଆଣିବା ପାଇଁ ଚନ୍ଦନଙ୍କ ଭାଇ ସିକନ୍ଦରାବାଦ ଯାଇଛନ୍ତି । ଦୁଇ ବର୍ଷ ପୂର୍ବେ ଚନ୍ଦନ ଓ ମିତାଲୀଙ୍କ ବିବାହ ହୋଇଥିଲା ।

ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସନ୍ଦେହ କରାଯାଉଛି । ଜଣେ କର୍ମଚାରୀଙ୍କ କହିବା ମୁତାବକ, କୋଠାର ତଳ ମହଲାରେ ଏକ ଇଲେକ୍ଟ୍ରିକ ଗାଡ଼ି ସୋ’ରୁମ ଥିଲା। ଅଧିକ ତାପମାତ୍ରା ଯୋଗୁଁ ହଠାତ୍ ସୋ’ ରୁମ୍‌ରେ ଥିବା ଗାଡିଗୁଡିକର ବ୍ୟାଟେରି ଫାଟି ଯାଇଥିଲା । ଏହି କାରଣରୁ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଧୀରେ ଧୀରେ ଚାରିଆଡକୁ ବ୍ୟାପିଥିଲା । ଏହାପରେ ପୁରା କୋଠାଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା । ସୂଚନା ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ୟ ଧୂଆଁରେ ଶ୍ବାସରୁଦ୍ଧ ହୋଇ ୮ ଜଣ ପ୍ରାଣ ହରାଇଥିଲେ।

Leave A Reply

Your email address will not be published.